26.1 C
Bhubaneswar
Monday, November 2, 2026
Homeଓଡିଶାଓଡିଶା ସଚିବାଳୟ ସମୀକ୍ଷକ ସେବା ସଂଘର ନୂତନ କର୍ମକର୍ତ୍ତା ଚୟନ

ଓଡିଶା ସଚିବାଳୟ ସମୀକ୍ଷକ ସେବା ସଂଘର ନୂତନ କର୍ମକର୍ତ୍ତା ଚୟନ

ଓଡିଶା ସଚିବାଳୟ ସମୀକ୍ଷକ ସେବା ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି। ଚଳିତ ନିର୍ବାଚନରେ ସଭାପତି ଭାବରେ ଇରକାନ ବାରା, ଉପସଭାପତି ଭାବେ ସୁବ୍ରତ ଶତପଥୀ, ସାଧାରଣ ସମ୍ପାଦକ ଭାଗିରଥୀ ନାୟକ, ସମ୍ପାଦିକା ବିଦ୍ଯୁତଲତା ମହାରଣା, ଯୁଗ୍ମ ସମ୍ପାଦକ ଆନନ୍ଦ କୁମାର ସୋରେଙ୍ଗ, ସହସମ୍ପାଦକ ଭାବେ ସୁରେଶ କୁମାର ନାଗ, ସହସମ୍ପାଦକ ଓ ସୁନିଲ ହେମ୍ବ୍ରମ, ସାଂସ୍କୃତିକ ସମ୍ପାଦକ ମହେଶ୍ଵର ବେହେରା, ସମୀକ୍ଷକ ନିରଞ୍ଜନ ସାହୁ ଏବଂ କୋଷାଧ୍ୟକ୍ଷ ଅରବିନ୍ଦ ମହାପାତ୍ର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୟ ଲାଭ କରିଛନ୍ତି। ସୂଚନା ଯୋଗ୍ୟ ନିର୍ବାଚିତ ନୂତନ କର୍ମକର୍ତ୍ତା ଓଡିଶା ସଚିବାଳୟ ସମୀକ୍ଷକ ସେବା ସଂଘ ପ୍ରତି ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ନିଜ ନିଜର ପଦ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖି ଐକାନ୍ତିକ ଭାବେ ସଂଘ ପ୍ରତି ସେବା ସମର୍ପଣ କରି ଆସିବେ। ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ନିରପେକ୍ଷ , ସ୍ପଷ୍ଟ ଓ ମୁକ୍ତ ଭାବରେ ମୁଖ ନିର୍ବାଚନ ଅଧିକାରୀ କଲ୍ୟାଣ କୃତିବାସ ମିଶ୍ର , ଯୁଗ୍ମ ନିର୍ବାଚନ ଅଧିକାରୀ ଜୀବନ କୁମାର ରାଉତ ଓ ସୁଶ୍ରୀଜ୍ଞାତା ମିଶ୍ର, ପ୍ରିଜାଇଡିଂ ଅଫିସର ଦେବଦତ୍ତ ମଲ୍ଲିକ, ପୋଲିଂ ଅଧିକାରୀ ଫକୀର ମୋହନ କିସାନ, ସହଯୋଗୀ ପୋଲିଂ ଅଧିକାରୀ ସନ୍ତୋଷ ମଲ୍ଲିକ, ଜିତେନ୍ଦ୍ର ଖୁଣ୍ଟିଆ ଏବଂ ଶୁଭ୍ରାଂଶୁ ଶେଖର ଦାଶ ପ୍ରମୁଖ ପରିଚାଳନା କରିଥିଲେ। ପ୍ରତିକୂଳପାଗ ଥିବା ସତ୍ତ୍ୱେ ଉକ୍ତ ନିର୍ବାଚନରେ ଅଡିଟ ସଙ୍ଘର ପ୍ରାୟ ଶତ ପ୍ରତିଶତ କର୍ମଚାରୀ ନିଜ ନିଜର ମତ ସାବ୍ୟସ୍ତ କରିଥିଲେ । ଅର୍ଥ ବିଭାଗର ସମ୍ମିଳନୀ କକ୍ଷରେ ନବ ନିର୍ବାଚିତ ସଦସ୍ୟ, ସଦସ୍ୟାମାନଙ୍କ ଶପଥ ପାଠ ସମ୍ପନ୍ନ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking