27.1 C
Bhubaneswar
Sunday, November 1, 2026
Homeଓଡିଶାପ୍ରାଣିସମ୍ପଦର ସୁରକ୍ଷାକୁ ପ୍ରାଥମିକତା

ପ୍ରାଣିସମ୍ପଦର ସୁରକ୍ଷାକୁ ପ୍ରାଥମିକତା

 ୨୫୭୩୭୬ ପ୍ରାଣୀ ପ୍ରଭାବିତ, ୮୫୯୧ ପ୍ରାଣୀ ଚିକିତ୍ସିତ
 ୧୯୫୮୨ ପ୍ରାଣୀଙ୍କ ବାତ୍ୟା ପରବର୍ତ୍ତୀ ଟିକାକରଣ
 ୭୨ ଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ
 ୧୧୬ ଟି ପ୍ରାଣୀ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ
ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଉପୁଜିଥିବା ବନ୍ୟାରେ ୨୫୭୩୭୬ ପ୍ରାଣୀ ପ୍ରଭାବିତ ହୋଇଛନ୍ତି । ଏଥିରେ ୧୧୮୪୭୯ ଗାଈ ଗୋରୁ ମଇଁଷି ଏବଂ ୧୩୮୮୯୭ ଛେଳି ମେଣ୍ଢା ସାମିଲ ଅଛନ୍ତି । ମୋଟ ୧୧୫୬୪୯ କୁକୁଡ଼ା ପ୍ରଭାବିତ ହୋଇଛନ୍ତି । ୧୨୬ ଗାଈ ଗୋରୁ ମଇଁଷି, ୪୦୬ ଛେଳି ମେଣ୍ଢା ଏବଂ ୯୭୦୦୩ କୁକୁଡ଼ାଙ୍କର ଜୀବନ ହାନି ହୋଇଛି । ସମୁଦାୟ ୧୩୩୨୦ ଜଣ ପ୍ରାଣିପାଳକ ପ୍ରଭାବିତ ହୋଇଛନ୍ତି । ୧୯୧୮ ପ୍ରାଣୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରାଯାଇ ୩୧ ଟି ସ୍ଥାନରେ ଆଶ୍ରୟ ଦିଆଯାଇଛି ।

ଏହି ବନ୍ୟା ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ସେବା ପାଇଁ ୭୨ଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ କରାଯାଇଥିବା ବେଳେ ୧୧୬ ଟି ପ୍ରାଣୀ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ୧୯୫୮୨ ପ୍ରାଣୀଙ୍କ ବାତ୍ୟା ପରବର୍ତ୍ତୀ ଟିକାକରଣ ହୋଇଛି । ଗଞ୍ଜାମ ଜିଲ୍ଲାକୁ ୨୦୧.୪ ମେଟ୍ରିକ୍ ଟନ୍ ଗୋ ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୮୭ ମେଟ୍ରିକ ଟନ ବଣ୍ଟନ ସରିଛି । ଏହା ସହ ୫୩.୫୩ କ୍ଵିଣ୍ଟାଲ ସବୁଜ ଚାରା, ୪୨.୪୧ କ୍ଵିଣ୍ଟାଲ ରାଇସ୍ ବ୍ରାନ୍ (କୁଣ୍ଡା) ଯୋଗାଇ ଦିଆଯାଇଛି । ଯଥେଷ୍ଟ ପରିମାଣର ଗୋ ଖାଦ୍ୟ ମହଜୁଦ ଥିବା ବେଳେ ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଗୋ ଖାଦ୍ୟ ଯୋଗାଇ ଦିଆଯାଉଛି । ବ୍ଲକ୍, ସବଡିଭିଜନ୍ ଏବଂ ଜିଲ୍ଲା ସ୍ତରରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି । ପ୍ରାଣିପାଳକଙ୍କୁ ତୁରନ୍ତ କ୍ଷତି ପୂରଣ ଦେବା ପାଇଁ ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଜରୁରୀକାଳୀନ ସେବା ପାଇଁ ୨୩ ଗୋଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ କରାଯାଇଥିବା ବେଳେ ୫୫ ଟି ପ୍ରାଣୀ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking