27.1 C
Bhubaneswar
Friday, October 30, 2026
Homeଓଡିଶାପାଣିରେ ଜଣ୍ଡିସ ଭୂତାଣୁ: ୧୪ ଛାତ୍ରଛାତ୍ରୀ ଅସୁସ୍ଥ

ପାଣିରେ ଜଣ୍ଡିସ ଭୂତାଣୁ: ୧୪ ଛାତ୍ରଛାତ୍ରୀ ଅସୁସ୍ଥ

ସମ୍ବଲପୁର: ସମ୍ବଲପୁର ବୈଦିକ କଲେଜରେ ଜଣ୍ଡିସ ଆତଙ୍କ । ଗୋଟିଏ ପରେ ଗୋଟିଏ ଛାତ୍ରଛାତ୍ରୀ ଅସୁସ୍ଥ ହେବା ପରେ କଲେଜ କ୍ୟାମ୍ପସରେ ଚିନ୍ତା ବଢ଼ିଛି । ଏବେ ସୁଦ୍ଧା ୧୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ କଲେଜରୁ ଘରକୁ ପଠାଇ ଦିଆଯାଇଛି । ତେବେ ଏହି ସଂକ୍ରମଣର ସମ୍ଭାବ୍ୟ କାରଣ ଖୋଜୁ ଖୋଜୁ ସାମ୍ନାକୁ ଆସିଛି ଚିନ୍ତାଜନକ ତଥ୍ୟ। ଗତ ୧୫ ତାରିଖରେ କଲେଜର ପାଣି ପରୀକ୍ଷା କରାଯାଇଥିଲା । ଆଉ ପରୀକ୍ଷା ରିପୋର୍ଟରେ ପାଣିରେ ଜଣ୍ଡିସ ସଂକ୍ରମଣର କାରକ ଥିବା ଜଣାପଡ଼ିଥିବା ସୂଚନା ଦେଇଛନ୍ତି ସିଡିଏମଓ ।ଘଟଣା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଗତକାଲି ଏକ ଟିମ୍ କଲେଜରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିବା ବେଳେ ଆଜି ମଧ୍ୟ ଆଉ ଏକ ଟିମ୍ ଯାଇ ନମୁନା ସଂଗ୍ରହ କରିଛି । କଲେଜର ପାଣି ଓ ଅନ୍ୟାନ୍ୟ ସମ୍ଭାବ୍ୟ ସଂକ୍ରମଣ ଉତ୍ସ ଉପରେ ଯାଞ୍ଚ ଜାରି ରହିଛି । ତେବେ କଲେଜରେ ଜଣ୍ଡିସ ସଂକ୍ରମଣ କିପରି ବ୍ୟାପିଲା? ପାଣି ହିଁ କ’ଣ ଏହାର ମୁଖ୍ୟ କାରଣ? ଆଗକୁ ଆଉ କେତେ ଛାତ୍ରଛାତ୍ରୀ ସଂକ୍ରମିତ ହେବେ? ଏବେ ଏସବୁ ଉପରେ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking