28.1 C
Bhubaneswar
Friday, October 30, 2026
Homeଦେଶ ବିଦେଶଚମୋଲିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଚମୋଲିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଉତ୍ତରାଖଣ୍ଡ: ଚମୋଲିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଶୁକ୍ରବାର ଉତ୍ତରାଖଣ୍ଡର ଚାମୋଲିର ଜୋଶୀମଠ ସହରରେ ଟ୍ରାନ୍ସ ଭାରତ ଦ୍ୱାରା ପରିଚାଳିତ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି ଫାଟାରୁ ବଦ୍ରିନାଥ ମନ୍ଦିରକୁ ଉଡାଣ ଭରୁଥିବା ନେଇ କୁହାଯାଉଛି । ହେଲିକପ୍ଟରରେ ପାଇଲଟଙ୍କ ସମେତ ଛଅ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ତେବେ ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, ଜୋଶୀମଠ ଅଞ୍ଚଳର ହାତୀ ପାହାର ପଛରେ ଥିବା ଚାୟି ଗାଁ ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଛି । ନିଖୋଜ ହେଲିକପ୍ଟରକୁ ସୁରକ୍ଷିତ ଉଦ୍ଧାର ପାଇଁ ଅନ୍ୟ ଦୁିଟି ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ତେବେ ଦୁଃଖର କଥା ଲଗାତାର ବର୍ଷା ଏବଂ ଆକାଶ ମେଘାଚ୍ଛନ୍ନ ଥିବା ଯୋଗୁଁ ସନ୍ଧାନ କାର୍ଯ୍ୟରେ ବାଧା ଉପୁଜିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking