25.1 C
Bhubaneswar
Tuesday, October 27, 2026
Homeଓଡିଶାକୋଟିଆ ପ୍ରସଙ୍ଗରେ ଓଡିଆ ଅସ୍ମିତାର ପରିଚୟ ଦେଉ ବିଜେପି ସରକାର: ବିଜେଡି

କୋଟିଆ ପ୍ରସଙ୍ଗରେ ଓଡିଆ ଅସ୍ମିତାର ପରିଚୟ ଦେଉ ବିଜେପି ସରକାର: ବିଜେଡି

କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗ
କୋଟିଆ ଉନ୍ନତି ପାଇଁ ପ୍ରତିବଦ୍ଧ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ, କିନ୍ତୁ କୋଟିଆ ପ୍ରସଙ୍ଗରେ ଚୁପ୍ କାହିଁକି ?
ଏମଏମଡିଆର ପ୍ରସଙ୍ଗରେ ସୁପି୍ରମକୋର୍ଟଙ୍କ ନିଦେ୍ର୍ଦଶକୁ ରାଜ୍ୟ ସରକାର ଅବମାନନା କରୁଥିବା ବେଳେ କୋଟିଆ ପ୍ରସଙ୍ଗରେ ସୁପି୍ରମକୋର୍ଟଙ୍କ ହସ୍ତକ୍ଷେପ ଲୋଡୁଛନ୍ତି କ’ଣ ପାଇଁ ?

ଭୁବନେଶ୍ୱର: ଟି୍ରପଲ ଇଞ୍ଜିନ ସରକାର ଥାଇ କୋଟିଆ ସମସ୍ୟାର ସମାଧାନ ନ ହେବା ଓଡ଼ିଶା ପାଇଁ ବଡ଼ ଅପମାନ । କିଛି ଦିନ ପରେ କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଚୁପ୍ ରହିବା ରାଜ୍ୟବାସୀଙ୍କୁ ବ୍ୟଥିତ କରୁଛି । ଏଥିରୁ ସ୍ପଷ୍ଟ ଯେ, ଓଡ଼ିଶା ସରକାର ଆନ୍ଧ୍ର ଆଗରେ ଆତ୍ମସମର୍ପଣ କରିଛନ୍ତି । କୋଟିଆ ପ୍ରସଙ୍ଗରେ ଡବଲ ଇଞ୍ଜିନ ସରକାରଙ୍କ ଅସହାୟତାକୁ ନେଇ କଡ଼ା ଭାଷାରେ ନିନ୍ଦା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବିଧାୟକ ତଥା ଉପସଭାପତି ଡ଼ ଅରୁଣ କୁମାର ସାହୁ ଓ ପୂର୍ବତନ ସାଂସଦ, ବରିଷ୍ଠ ସାଧାରଣ ସମ୍ପାଦକ ତଥା ଜାତୀୟ ମୁଖପାତ୍ର ଶ୍ରୀ ପ୍ରଦୀପ ମାଝୀ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।

ଡ଼ ଅରୁଣ କୁମାର ସାହୁ କହିଥିଲେ ଯେ, ଟି୍ରପଲ ଇଞ୍ଜିନ ସରକାର ଥାଇ ମଧ୍ୟ କୋଟିଆ ସୀମା ବିବାଦର ସ୍ଥାୟୀ ସମାଧାନ ହେଉନାହିଁ । ଗତ ଅଢେଇ ବର୍ଷ ମଧ୍ୟରେ କୋଟିଆ ସୀମା ବିବାଦ ସମାଧାନ ହେବା ବଦଳରେ ଆହୁରି ଜଟିଳ ହେଉଛି । କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ଆନ୍ଧ୍ର ସରକାର ଅକ୍ଟୋବର ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ନିର୍ବାଚନ ରୋକିବାକୁ କୌଣସି ପଦକ୍ଷେପ ନେଇନାହାନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ କୋଟିଆର ସୁରକ୍ଷା ନେଇ ଗତ ଅକ୍ଟୋବର ୧୯ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଥିଲେ । ଗତ ଅକ୍ଟୋବର ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଅଦାଲତ ଅବମାନନା ମାମଲା ସ୍ଥିତି ଯାଞ୍ଚ ନେଇ ଏଜିଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅକ୍ଟୋବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ କ୍ରମେ ଅଦାଲତ ଅବମାନନା ନେଇ ପୁଣି ଏକ ମାମଲା ସୁପି୍ରମକୋର୍ଟରେ ଦାୟର ହୋଇଥିଲା । ୮ ଦିନ ପରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଟିଆ ପ୍ରସଙ୍ଗରେ ସରକାର କେବଳ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଚୁପ ହୋଇ ରହିଗଲେ । କୋଟିଆ ବର୍ତ୍ତମାନ ସାରା ଓଡିଶାର ପ୍ରସଙ୍ଗ । ଓଡ଼ିଶାରେ, ଆନ୍ଧ୍ରରେ ଓ କେନ୍ଦ୍ରରେ ବିଜେପି ସରକାର ଥିବା ସତ୍ତ୍ୱେ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଚୁପ ରହିବା ନିନ୍ଦନୀୟ । ବିରୋଧୀ ଦଳରେ ଥିବାବେଳେ କୋଟିଆ ପ୍ରସଙ୍ଗରେ ଅନେକ ବୟାନ ବାଜି କରୁଥିବା ବିଜେପି, ସରକାରକୁ ଆସିବା ପରେ ଚୁପ କାହିଁକି ? ବିଜେପି କ୍ଷମତାକୁ ଆସିବାର ଅଢେଇ ବର୍ଷ ମଧ୍ୟରେ କୋଟିଆ ପ୍ରସଙ୍ଗର ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଥିଲା, କିନ୍ତୁ ତାହା ବିଜେପି ସରକାର କରିଲେ ନାହିଁ । ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର କୋଟିଆ ପ୍ରସଙ୍ଗରେ ତିଳେ ମାତ୍ର ଆନ୍ତରିକତା ଦେଖାଉ ନାହାଁନ୍ତି । କୋଟିଆ ପ୍ରସଙ୍ଗରେ ବିଜେପି ସରକାର ଦୃଢ଼ ପଦକ୍ଷେପ ନେଇ ଓଡ଼ିଆ ଅସ୍ମିତାର ପରିଚୟ ଦିଅନ୍ତୁ । କୋଟିଆ ପ୍ରସଙ୍ଗରେ ବିଜେପି ପାଇଁ ମାଟି ଠାରୁ ପାର୍ଟି ବଡ଼ ହୋଇଛି । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନ ଯୋଗୁଁ କେନ୍ଦ୍ରରେ ବିଜେପି ସରକାର ତିଷ୍ଠି ରହିଛି । କୋଟିଆ ବିବାଦରେ ଆନ୍ଧ୍ରପ୍ରଦେଶକୁ କେନ୍ଦ୍ର ସରକାର ସହଯୋଗ କରୁଛନ୍ତି, କାରଣ ଆନ୍ଧ୍ର ଯଦି ସମର୍ଥନ ପ୍ରତ୍ୟାହାର କରିନେବ ତାହେଲେ କେନ୍ଦ୍ରରେ ବିଜେପି ସରକାର ଭାଙ୍ଗି ଯିବାର ସମ୍ଭାବନା ରହିଛି । ଓଡିଆ ଅସ୍ମିତାର ପରିଚୟ ଦେଇ କୋଟିଆ ସୀମା ବିବାଦ ପ୍ରସଙ୍ଗରେ ଆନ୍ଧ୍ର ସରକାରଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ରାଜ୍ୟ ସରକାର ।

ଶ୍ରୀ ପ୍ରଦୀପ ମାଝୀ କହିଥିଲେ ଯେ, କୋଟିଆକୁ ବିଜେଡ଼ି ବାରମ୍ବାର ଗସ୍ତ କରି ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛି । ଅନେକ ଅବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ସେଠାରେ ପଞ୍ଚାୟତ ନିର୍ବାଚନ କରାଯାଉଥିବା ବେଳେ ତାହା ଆଉ ୬ ଦିନ ବାକି ରହିଛି । ନିର୍ବାଚନ ପାଇଁ ଆନ୍ଧ୍ର ସରକାର ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି କରିସାରିଛନ୍ତି । ନିର୍ବାଚନକୁ ରୋକିବା ପାଇଁ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ବିଜେପି ସାଂସଦ ଓ ବିଧାୟକ ମାନେ କେବଳ ମିଛ ବୟାନ ବାଜିରେ ସୀମିତ ହୋଇ ରହିଯାଇଛନ୍ତି । କୋଟିଆ ଗ୍ରାମପଞ୍ଚାୟତର ସର୍ବକାଳୀନ ଉନ୍ନତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତିବଦ୍ଧ ଥିଲେ । କୋଟିଆ ପ୍ରସଙ୍ଗର ସମାଧାନ ପାଇଁ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ୟାଇ ଜଗମୋହନ ରେ‡ୀ ଗତ ନଭେମ୍ୱର ୨୦୨୧ରେ ଓଡ଼ିଶା ଗସ୍ତରେ ଆସି ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ ।

ଏଥିସହିତ ନେରେଡି ବ୍ୟାରେଜ, ପୋଲାଭରମ ଆଦି ସମସ୍ୟାର ସମାଧାନ ପାଇଁ ମଧ୍ୟ ଆଲୋଚନା କରିଥିଲେ । କୋଟିଆ ସମସ୍ୟାର ସମାଧାନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାରମ୍ବାର ଆଲୋଚନା କରିଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କେତେଥର ଆଲୋଚନା କରିଛନ୍ତି ? ବିଜେଡି ଶାସନ କାଳରେ କୋଟିଆ ସମସ୍ୟାର ସମାଧାନ ପାଇଁ ସର୍ବଦା କାର୍ଯ୍ୟ କରାଯାଉଥିଲା । କୋଟିଆରେ ୯୫ ପ୍ରତିଶତ ଆଦିବାସୀ ଲୋକେ ବସବାସ କରୁଛନ୍ତି । ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ନୁହେଁ । ସେଠାରେ ମଧ୍ୟ ଲୋକେ ଗତ ୪ ମାସ ହେଲା ଭତ୍ତା ପାଇନାହାଁନ୍ତି, ଯାହାକି ଅତ୍ୟନ୍ତ ଦୁଃଖଦାୟକ । କୋଟିଆରେ ଆନ୍ଧ୍ର ସରକାର ୪ଟି ଗ୍ରାମପଞ୍ଚାୟତ ଗଠନ କରିଛନ୍ତି । ଗୋଟିଏ ପଞ୍ଚାୟତ ମତଦାନ ପାଇଁ ନେରିଡି ଭାଲସାରେ ଓ ଅନ୍ୟ ୩ଟିର ମତଦାନ ପାଇଁ ଓଡ଼ିଶା ବାହାରେ ବୁଥ କରାଯାଇଛି ।

ଆନ୍ଧ୍ର ସରକାର ମତଦାନ ପାଇଁ ବୁଥ କରିଥିବା ବେଳେ ଏନେଇ ଓଡ଼ିଶା ସରକାର କ’ଣ ପଦକ୍ଷେପ ନେଇଛନ୍ତି ? ନେରିଡି ଭାଲସାରେ ଆନ୍ଧ୍ର ସରକାର ବୁଥ କରିଥିବା ବେଳେ ତାହାକୁ ରୋକି ପାରିଲେ ନାହିଁ ରାଜ୍ୟ ସରକାର । ଉକ୍ତ ସ୍ଥାନକୁ ମଧ୍ୟ ଅନୁଧ୍ୟାନ କରିବା ପାଇଁ ଗଲେ ନାହିଁ ସରକାର । କୋଟିଆ ପ୍ରସଙ୍ଗରେ ବିଜେପି ସରକାର ସ୍ଥାଣୁ ପାଲଟିଥିବା ବେଳେ ବିଜେଡି କୋଟିଆକୁ ନେଇ ଲଢେଇ କରିବ । ବିଜେଡିର ସମସ୍ତ ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ଅଧ୍ୟକ୍ଷ ଏବଂ ସମସ୍ତ କର୍ମକର୍ତ୍ତା କୋଟିଆକୁ ଯାଇ ନେରିଡି ଭାଲସାରେ ଲଗାତାର ଆନେ୍ଦାଳନ କରିବେ । ଆନ୍ଧ୍ର ସରକାରଙ୍କୁ ସେଠାରେ ବୁଥ କରାଇବାକୁ ଦେବ ନାହିଁ ବିଜେଡି । ବିଜେପି ସରକାର ଦଳୀୟ ସ୍ୱାର୍ଥ ପାଇଁ ଚୁପ ରହିପାରେ, କିନ୍ତୁ ବିଜେଡି ଓଡ଼ିଶା ମାଟି ପାଇଁ ଚୁପ୍ ରହିବ ନାହିଁ । ଓଡ଼ିଶାର ହକ୍ ପାଇଁ ବିଜେଡି ଜୋରଦାର ଆନେ୍ଦାଳନ କରିବ । କୋଟିଆକୁ ଏକ ଉନ୍ନତ ଗ୍ରାମପଞ୍ଚାୟତ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗଢ଼ି ତୋଲିଥିଲେ । ସ୍ୱତନ୍ତ୍ର ଭାବେ ଅନୁଦାନ ଦେଇ ତାହାର ରୂପରେଖ ପରିବର୍ତ୍ତନ କରାଇଥିଲେ । କୋଟିଆକୁ ଆନ୍ଧ୍ର ହାତକୁ ଟେକି ଦେବାକୁ ବିଜେପି ସରକାରଙ୍କ ଚକ୍ରାନ୍ତକୁ କେବେ ସଫଳ ହେବାକୁ ଦେବ ନାହିଁ ବିଜେଡି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking