24.1 C
Bhubaneswar
Tuesday, October 27, 2026
Homeଦେଶ ବିଦେଶସୁଦାନରେ ଭୟାବହ ଡ୍ରୋନ୍ ଆକ୍ରମଣ: ୨୧ ମୃତ

ସୁଦାନରେ ଭୟାବହ ଡ୍ରୋନ୍ ଆକ୍ରମଣ: ୨୧ ମୃତ

ଖାର୍ତୁମ୍: ସୁଦାନରେ ସେନାବାହିନୀ ଏବଂ ପାରାମିଲିଟାରୀ ”ରାପିଡ୍ ସପୋର୍ଟ ଫୋର୍ସେସ୍” (ଆରଏସଏଫ୍) ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ଏବେ ଭୟାବହ ଡ୍ରୋନ୍ ଯୁଦ୍ଧର ରୂପ ନେଇଛି। ଦେଶର ପଶ୍ଚିମ ଡାରଫୁର୍ ଅଞ୍ଚଳରେ ହୋଇଥିବା ପୃଥକ୍ ଡ୍ରୋନ୍ ଆକ୍ରମଣରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଏଥିସହିତ ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ୍ ଗ୍ରିଡଗୁଡ଼ିକ ଉପରେ ଆକ୍ରମଣ ଯୋଗୁଁ ଦେଶର ଏକ ବଡ଼ ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ିଛି।

ସୂଚନା ଅନୁଯାୟୀ, ଡାରଫୁରର ନ୍ୟାଲା ସହରସ୍ଥିତ ଏକ ବ୍ୟସ୍ତବହୁଳ ବଜାର ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ୨୧ ଜଣ ନିରୀହ ଲୋକ ପ୍ରାଣ ହରାଇଛନ୍ତି। ଆରଏସଏଫର ଗଡ଼ କୁହାଯାଉଥିବା ଏହି ଅଞ୍ଚଳରେ ସୁଦାନ ସେନା ପକ୍ଷରୁ ନିୟମିତ ଆକ୍ରମଣ କରାଯାଉଛି। ଏହାର ପ୍ରତିଶୋଧ ନେବାକୁ ଯାଇ ଆରଏସଏଫ୍ ବିଦ୍ରୋହୀମାନେ ପୂର୍ବ ସୁଦାନର ଅଲ୍-ଜଜିରା, ହ୍ୱାଇଟ୍ ନାଇଲ୍, ସେନ୍ନାର୍ ଏବଂ ଗେଦାରେଫ୍ ରାଜ୍ୟର ଅନେକ ପାୱାର ଷ୍ଟେସନ୍ ଓ ଅଲ୍-ମାର୍ଖିୟାତ୍ ଟ୍ରାନ୍ସଫର୍ମର ଷ୍ଟେସନ୍ ଉପରେ ଡ୍ରୋନ୍ ମାଡ଼ କରିଛନ୍ତି, ଯାହାଫଳରେ ଲକ୍ଷ ଲକ୍ଷ ଲୋକ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଛନ୍ତି। ମିଳିତ ଜାତିସଂଘର ଆକଳନ ଅନୁଯାୟୀ, କେବଳ ଅକ୍ଟୋବର ମାସର ପ୍ରଥମ ତିନି ସପ୍ତାହ ମଧ୍ୟରେ ଡ୍ରୋନ୍ ଆକ୍ରମଣ ଯୋଗୁଁ ୩୦୦ ରୁ ଅଧିକ ଲୋକ ପ୍ରାଣ ହରାଇସାରିଛନ୍ତି। ୨୦୨୩ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଗୃହଯୁଦ୍ଧରେ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଗଲାଣି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking