30.1 C
Bhubaneswar
Monday, October 26, 2026
Homeଓଡିଶାମୋଦୀଙ୍କ ପ୍ରତି ମନ୍ତବ୍ୟକୁ ନେଇ କଂଗ୍ରେସକୁ ଘେରିଲେ ମନମୋହନ

ମୋଦୀଙ୍କ ପ୍ରତି ମନ୍ତବ୍ୟକୁ ନେଇ କଂଗ୍ରେସକୁ ଘେରିଲେ ମନମୋହନ

ଭୁବନେଶ୍ୱର : ରାଜନୈତିକ ବୟାନବାଜିକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ପ୍ରଧାନମନ୍ତ୍ରୀଙ୍କ ପ୍ରତି କଂଗ୍ରେସ ଅଧ୍ୟକ୍ଷ ଦେଇଥିବା ଅରୁଚିକର ମନ୍ତବ୍ୟକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ବୋଲି ସେ କହିଛନ୍ତି।ମନମୋହନ ସାମଲ କହିଛନ୍ତି, ଗଣତନ୍ତ୍ରରେ ମତଭେଦ ସ୍ୱାଭାବିକ। କିନ୍ତୁ ମତଭେଦ ଆଳରେ ରାଜନୈତିକ ମର୍ଯ୍ୟାଦା ଓ ଆଦର୍ଶର ସୀମା ଉଲ୍ଲଂଘନ କରିବା ଉଚିତ ନୁହେଁ। ବିରୋଧୀ ଦଳ ଭାବେ କଂଗ୍ରେସ ନିଜର ଦାୟିତ୍ୱ ଓ ଭୂମିକାକୁ ବୁଝିବା ଆବଶ୍ୟକ। ଦୀର୍ଘ ବର୍ଷ ଧରି ଦେଶର ଶାସନ କରିଥିବା କଂଗ୍ରେସର ବୟାନରେ ଏବେ ନିରାଶା ଓ ହତାଶା ପ୍ରତିଫଳିତ ହେଉଥିବା ସେ ଅଭିଯୋଗ କରିଛନ୍ତି। ରାଜନୀତିରେ ମତ ରଖିବା ବେଳେ ଭାଷା ଓ ମର୍ଯ୍ୟାଦାର ସୀମା ଭିତରେ ରହିବା ଜରୁରୀ ବୋଲି କହିବା ସହ ଏଭଳି ବକ୍ତବ୍ୟକୁ ନିନ୍ଦା କରିଛନ୍ତି ମନମୋହନ ସାମଲ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking