25.1 C
Bhubaneswar
Saturday, October 24, 2026
HomeଓଡିଶାBIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬ରେ ସମ୍ମାନିତ ଓରମାସ୍‌

BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬ରେ ସମ୍ମାନିତ ଓରମାସ୍‌

ନୂଆଦିଲ୍ଲୀ / ଭୁବନେଶ୍ୱର: ଓଡ଼ିଶାର ଗ୍ରାମୀଣ ଉଦ୍ୟୋଗକୁ ସୁଦୃଢ଼ କରିବା, ଉତ୍ପାଦକଙ୍କୁ ବଜାର ସହ ଯୋଡ଼ିବା ଏବଂ ରାଜ୍ୟର ପାରମ୍ପରିକ କୃଷିଜାତ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓରମାସ୍‌)କୁ BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬ ପ୍ରଦାନ କରାଯାଇଛି। ଗ୍ରାମୀଣ ଉଦ୍ୟୋଗ ଓ ବଜାର ସଂଯୋଗ କ୍ଷେତ୍ରରେ ଦୂରଦର୍ଶୀ ନେତୃତ୍ୱ ଏବଂ ବିଶ୍ୱ ଚାଉଳ ଶିଳ୍ପ ପ୍ରତି ଉତ୍କୃଷ୍ଟ ଅବଦାନ ପାଇଁ ଓରମାସ୍‌କୁ ଏହି ସମ୍ମାନ ମିଳିଛି।

ଏହି ସଫଳତା ପାଇଁ ଓରମାସ୍‌ ଟିମ୍‌କୁ ଅଭିନନ୍ଦନ ଜଣାଇ ମାନ୍ୟବର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କହିଛନ୍ତି, “ଏହି ସମ୍ମାନ ଓରମାସ୍‌ ଟିମ୍‌ର ନିଷ୍ଠା ଓ ଉଦ୍ୟମର ସ୍ୱୀକୃତି। ଗ୍ରାମୀଣ ଉତ୍ପାଦକଙ୍କୁ ଅଧିକ ବଜାର ସୁଯୋଗ ଦେବା, ସେମାନଙ୍କ ଉତ୍ପାଦକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଏବଂ ଗ୍ରାମୀଣ ଉଦ୍ୟୋଗକୁ ସୁଦୃଢ଼ କରିବା ଦିଗରେ ଆମେ ଆଗକୁ ମଧ୍ୟ ନିରନ୍ତର ପ୍ରୟାସ ଜାରି ରଖିବୁ।” ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟରତ ଓରମାସ୍‌ ଚାଷୀ ଓ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀଙ୍କୁ ବ୍ୟାପକ ବଜାର ସହ ଯୋଡ଼ିବା ସହ ସେମାନଙ୍କ ଉତ୍ପାଦର ବିପଣନ, ବ୍ରାଣ୍ଡିଂ ଓ ମୂଲ୍ୟବୃଦ୍ଧି ଉପରେ ଗୁରୁତ୍ୱ ଦେଇଆସୁଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ (BIRC) ୨୦୨୬ରେ ଓରମାସ୍‌ ପକ୍ଷରୁ ୮ଟି ଜିଲ୍ଲାର ୧୫ ପ୍ରକାର ପାରମ୍ପରିକ ଧାନ ଓ ଚାଉଳ ଉତ୍ପାଦ ପ୍ରଦର୍ଶିତ ହେଉଛି। ଏହି ପଦକ୍ଷେପରେ ୮୫ଟି ଗୋଷ୍ଠୀଭିତ୍ତିକ ସଂଗଠନର ୩,୬୯୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି। ଓରମାସ୍‌ର ସିଇଓ ଡକ୍ଟର ମୋନିକା ପ୍ରିୟଦର୍ଶିନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସମ୍ମାନ ଓଡ଼ିଶାର କୃଷି ଐତିହ୍ୟ, ଗ୍ରାମୀଣ ଉତ୍ପାଦକ ଓ ଓରମାସ୍‌ ଟିମ୍‌ର ଉଦ୍ୟମ ପାଇଁ ଏକ ଗୌରବମୟ ମୁହୂର୍ତ୍ତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking