32.1 C
Bhubaneswar
Saturday, October 24, 2026
Homeଓଡିଶା୨ ହାଇୱା ମୁହାଁମୁହିଁ ଧକ୍କା: ୨ ଚାଳକ ଗୁରୁତର

୨ ହାଇୱା ମୁହାଁମୁହିଁ ଧକ୍କା: ୨ ଚାଳକ ଗୁରୁତର

ଛେଣ୍ଡିପଦା: ଅନୁଗୋଳ- ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥରେ କଙ୍କରେଇ ନାଳ ନିକଟରେ ଦୁଇ ହାଇୱା ମୁହାଁମୁହିଁ ଧକ୍କାରେ ଦୁଇ ଗାଡ଼ିଚୁରମାର ହୋଇଥିବା ବେଳେ ଦୁଇ ଚାଳକ ଗୁରୁତର ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ କୋଇଲା ବୋଝେଇ ହାଇୱା ରାଇଝରଣ ଆଡୁ ଅନୁଗୋଳ ଆଡକୁ ଯାଉଥିଲା। ବିପରୀତ ଆଡୁ ଅସୁଥିବା ଖାଲି ହାଇୱା ସହିତ କଙ୍କରେଇ ନାଳ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କାରେ କୋଇଲା ବୋଝେଇ ଗାଡ଼ି ଖାଲି ହାଇୱାକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବା ବେଳେ ଦୁଇଗାଡ଼ି ଚୁରମାର ହୋଇଛି। ଦୁଇ ଗାଡିର ଚାଳକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ନିଶା ପୁଲିସ ପହଞ୍ଚି ଦୁଇଗାଡ଼ିକୁ ଜବତ କରି ତଦନ୍ତ ଚଲେଇଛି। ରାସ୍ତାରେ ନୋଏଣ୍ଟ୍ରି ନିୟମ ଯୋଗୁଁ ରାତି ୧୨ ଟାରୁ ସକାଳ ୫ ଟା ମଧ୍ୟରେ କୋଇଲା ଗାଡ଼ିକୁ ଯିବାକୁ ପଡୁଛି। ଛେଣ୍ଡିପଦାରୁ ଅନୁଗୋଳ ଜାତୀୟ ରାଜପଥକୁ ପହଞ୍ଚିବାକୁ ଚାଳକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲୁଛି। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଗତ ୪୦ଦିନରେ ଏହି ରାସ୍ତାରେ ୧୪ଟି କୋଇଲା ଟ୍ରକ୍ ଦୁର୍ଘଟଣା ୧୫ରୁ ଅଧିକ ଗାଈଗୋରୁ ମୃତ୍ୟୁ ଅନେକ ଆହତ ହୋଇଥିବା ସୂଚନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking