ଭୁବନେଶ୍ୱର: ଘୁଞ୍ଚିଲା ରାଷ୍ଟ୍ରପତିଙ୍କ ଗସ୍ତ । ଆସନ୍ତା ୨୮ ତାରିଖରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ରାଇରଙ୍ଗପୁର ଗସ୍ତ ଘୁଞ୍ଚା ଯାଇଛି । ଆସନ୍ତା ନଭେମ୍ବର ମାସ ୪ ଓ ୫ ତାରିଖକୁ ଗସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ହୋଇଥିବା ମୟୁରଭଞ୍ଜ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ନିଜ ମାଟି ରାଇରଙ୍ଗପୁର ସମେତ ବହହଳଦା ସ୍ଥିତ ମା କିଚକେଶ୍ୱରୀ ମନ୍ଦିର ସମେତ ଗୋରୁମହିଷାଣୀ ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ଚଳିତ ମାସ ୨୮ ତାରିଖ ଓ ୨୯ ତାରିଖ ଦୁଇ ଦିନ ଧାର୍ଯ୍ୟ ହୋଇଥିଲା ।










