25.1 C
Bhubaneswar
Sunday, October 25, 2026
Homeଓଡିଶାବାରହା ଫାସରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ବାରହା ଫାସରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ଦଶପଲ୍ଲା: ଦଶପଲ୍ଲା ବନାଞ୍ଚଳରେ ଏବେ ବେଧଡ଼କ ଭାବେ ବାରହା ଶିକାର ଚାଲିଥିବା ବେଳେ ଗତକାଲି ବାରହା ଫାସରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।ମୃତ ଯୁବକ ଜଣଙ୍କ ହେଲେ ବାଣୀଗୋଛା ଥାନା ଅଧୀନସ୍ଥ ଦୁଡା ପଞ୍ଚାୟତ କନଡି ଗ୍ରାମର ବାବୁଲା ନାୟକ। ବାବୁଲା ଗତକାଲି ରାତିରେ ନିକଟ ନାଗେଶ୍ଵର ସାହିରେ ସଙ୍ଗାତ ଘରକୁ ଯାଉଥିଲେ। ଯିବା ବାଟରେ କିଛି ଦୁର୍ବୃତ୍ତ ବାରହା ଶିକାର ପାଇଁ ଫାସ ବିଛେଇ ଥିବାବେଳେ ବାବୁଲା ସେହି ଫାସରେ ପଡ଼ିଥିଲେ। ଚିତ୍କାର କରିଥିଲେ ମଧ୍ୟ କେହି ପାଖ ମାଡ଼ି ନଥିଲେ। ଶେଷରେ ଛଟପଟ ହୋଇ ତାଙ୍କର ମୃତ୍ୟୁ ହୋଇଛି।

ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରିଛି। ବଡ଼ କଥା ହେଉଛି ମୃତ ବାବୁଲାଙ୍କ ଝିଅକୁ ଆଜି ଏକ ମାସ ପୁରିଛି। ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସୂଚନା ଅନୁସାରେ ବନ ବିଭାଗ ଆଖିରେ ଧୂଳି ଦେଇ ଦିନକୁ ଦିନ ଜଙ୍ଗଲି ଜନ୍ତୁ ଶିକାର ପାଇଁ ଶିକାରୀମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଏ ଦିଗରେ ସାମାନ୍ୟ ଗୁରୁତ୍ୱ ଦିଆ ଯାଉନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking