30.1 C
Bhubaneswar
Friday, October 23, 2026
Homeଓଡିଶାଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତସୂଚୀ

ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତସୂଚୀ

 ଭୁବନେଶ୍ୱର: ଆସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତ ସୂଚୀ । ୨୫ ତାରିଖ ଅପରାହ୍ନ ୪ଟା ୧୦ ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ୪ଟା ୧୫ରେ ହେଲିକପ୍ଟରରେ ଖୋର୍ଦ୍ଧା ବାହାରି ୪ଟା ୩୫ରେ ପହଞ୍ଚିବେ । ୪ଟା ୪୫ରେ ଖୋର୍ଦ୍ଧା ଆରବିଆଇ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ । କାର୍ଯ୍ୟକ୍ରମରେ ଘଣ୍ଟାଏ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ମୋଦି ।  ରବିବାର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖୋର୍ଦ୍ଧାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗ୍ରୀନ୍ ଫିଲ୍ଡ୍ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥାର ଉଦଘାଟନ କରିବେ । ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସଜେଇ ହେଉଛି ଆରବିଆଇ ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର । ୧୬୯ କୋଟିରେ ନିର୍ମିତ ଏହି ସେଣ୍ଟର ବାଗଚି ଶ୍ରୀ ଶଙ୍କରା କ୍ୟାନ୍ସର୍ ସେଣ୍ଟର ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ନିକଟରେ ପାଖାପାଖି ୧୯ ଏକର ଜାଗାରେ ଗଢ଼ି ଉଠିଛି । ଯାହା ଦେଶରେ ଦ୍ୱିତୀୟ କେନ୍ଦ୍ର ହେବ । ଉଲ୍ଲେଖଯୋଗ୍ୟ, ଆରବିଆଇ ଗ୍ରୀନ୍ ଫିଲ୍ଡ୍ ଡାଟା ସେଣ୍ଟରକୁ ୨୦୨୩ ମାର୍ଚ୍ଚ ୨୨ ତାରିଖରେ ତତ୍କାଳୀନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶିଳାନ୍ୟାସ କରିଥିଲେ । ଯାହାକୁ ଆସନ୍ତା ୨୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking