30.1 C
Bhubaneswar
Friday, October 23, 2026
Homeଓଡିଶାସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଯାଜପୁର: ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ଆର ଆଣ୍ଡ ବି (R&B) ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ତପନ ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ତପନ ସେଠୀଙ୍କର ୭ଟି ଭିନ୍ନ ଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା।  କଟକ ସ୍ପେଶାଲ ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସର ୩ ଜଣ ଏସପି, ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ କଟକ, ଭୁବନେଶ୍ୱର, ପୁରୀ ଓ ଯାଜପୁର (ବଡ଼ଚଣା) ସମେତ ୭ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା। ଗତକାଲି ତପନ ସେଠୀଙ୍କୁ କଟକ ସିଡିଏ ସେକ୍ଟର ୭ରେ ଥିବା ଘରୁ ଭିଜିଲାନ୍ସ ଟିମ୍ ଉଠାଇ ନେଇକି ଯାଇଥିଲା।ଶ୍ରୀ ସେଠୀଙ୍କ ସମ୍ପତ୍ତି ଉପରେ ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ତଲାସି ବେଳେ ତାଙ୍କ ନିକଟରୁ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ଏଥିରେ କଟକ, ଭୁବନେଶ୍ୱର ଓ ପୁରୀରେ ଥିବା ୩ଟି ବହୁତଳ କୋଠା, ୩ଟି ମୂଲ୍ୟବାନ ପ୍ଲଟ୍‌, ୧.୦୨ ଏକର ଜମିରେ ପରିବ୍ୟାପ୍ତ କଟକ କଣ୍ଟାପଡ଼ାଠାରେ ଫାର୍ମହାଉସ୍‌, ୭୪୭ ଗ୍ରାମ ସୁନା, ୨୦.୮୭ ଲକ୍ଷ ଟଙ୍କାର ଜମା ରାଶି ଏବଂ ୨ଟି ଚାରିଚକିଆ ଯାନ ଆଦି ରହିଛି। ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ବ୍ୟାଖ୍ୟା ଦେଇପାରିନଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking