30.1 C
Bhubaneswar
Friday, October 23, 2026
Homeଓଡିଶାମାଛଧରାକୁ କେନ୍ଦ୍ର କରି ନାବାଳକକୁ ହତ୍ୟା ଅଭିଯୋଗ

ମାଛଧରାକୁ କେନ୍ଦ୍ର କରି ନାବାଳକକୁ ହତ୍ୟା ଅଭିଯୋଗ

ବରଗଡ଼: ବରଗଡ଼ ବିଜେପୁରରେ ଚାଞ୍ଚଲ୍ୟ । ମାଛଧରାକୁ କେନ୍ଦ୍ର କରି ନାବାଳକକୁ ହତ୍ୟା ଅଭିଯୋଗ । ମୃତ ନାବାଳକ ହେଲେ ବିଜେପୁର ଥାନା ଅଞ୍ଚଳର । ୩ ଦିନ ତଳେ ସେ ନିଖୋଜ ଥିଲେ । ଏନେଇ ବିଜେପୁର ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ । ତେବେ ଆଜି ପୋଖରୀ ହୁଡ଼ାରୁ ତାଙ୍କର ମୃତଦେହ ମିଳିଛି । ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଥିବା ବେଳେ ଖୁବଶୀଘ୍ର ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହେବ ।ତେବେ ମାଛଧାରାକୁ କେନ୍ଦ୍ର କରି ନାବାଳକ ତାଙ୍କୁ ହତ୍ୟା କରିଥିବା ଚର୍ଚ୍ଚା ହେଉଛି । ୨୧ ତାରିଖରେ ମୃତ ନାବାଳକ ଅନ୍ୟ ୨ଜଣ ନାବାଳକଙ୍କ ସହ ମାଛ ମାରିବାକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ସାଥୀ ନାବାଳକ ବେକରେ ଗାମୁଛା ଗୁଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking