ଭୁବନେଶ୍ୱର: ଆଜି ପ୍ରଦେଶ ଛାତ୍ରକଂଗ୍ରେସ ପକ୍ଷରୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ରାବଣ ପୋଡି ଉତ୍ସବ ପାଳନ କଲେ। କିନ୍ତୁ ଏହି ଉତ୍ସବ ଏକ ନିଆରା ଢ଼ଙ୍ଗରେ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାବଣ ଭାବେ ଚିତ୍ରଣ କରାଯାଇ ଅନ୍ୟ ୯ଟି ମୁଣ୍ଡରେ ଗୃହମନ୍ତ୍ରୀ ଅମୀତ ଶାହା, ଆରଏସ୍ଏସ୍ ମୁଖ୍ୟମୋହନ ଭାଗବତ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର, ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଧାୟକ ଲିକୁ ସାହୁ, ଶିଳ୍ପପତି ଆଦାନୀ ଓ ଅମ୍ବାନୀଙ୍କର ଚିତ୍ର ଥିଲା। ଏହି ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆଜିର ଦିନରେ ଦେଶର ପରିସ୍ଥିତି ଓ ଅବସ୍ଥାକୁ ଅନୁଶୀଳନ କରି ଯଦି ରାବଣର ବା ଦଶାନନଙ୍କ ଚିତ୍ର ଅଙ୍କା ଯାଏ ତେବେ ପ୍ରଦେଶ ଛାତ୍ର କଂଗ୍ରେସର ଏହି ଦଶାନନ ଚିତ୍ର ଯଥାର୍ଥ।
ଏମାନେ ଦେଶରଛାତ୍ର ଓ ଯୁବକମାନଙ୍କର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛନ୍ତି। ପ୍ରଶ୍ନପତ୍ର ପ୍ରଘଟ କରି ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଉଛନ୍ତି।ସରକାରୀ ଚାକିରୀକୁ ବିକ୍ରି କରାଯାଉଛି। ଭୋଟ ଚୋରୀ କରି ନିର୍ବାଚନୀ ବ୍ୟବସ୍ଥାକୁ ଏକ ଭେଳିକିରେ ପରିଣତ କରିଦେଇଛନ୍ତି। ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ରାଷ୍ଟ୍ରର ସମ୍ପତ୍ତିକୁ ତାଙ୍କର କମ୍ପାନୀମାନଙ୍କୁ ଦାନରେ ଦେଇଦେଉଛନ୍ତି। ନାରୀଙ୍କୁସୁରକ୍ଷା ଦେଉନାହାନ୍ତି। ଏମାନଙ୍କ ପାଇଁ ମହିଳା ଅତ୍ୟାଚାର ବଢ଼ିଚାଲିଛି। ମହଙ୍ଗା ମାଡରେ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଦେଶରେ ଜାତି, ଧର୍ମ, ବର୍ଣ୍ଣ ନାମରେ ବିଷ ମଞ୍ଜି ବୁଣୁଛନ୍ତି। ଦେଶର ସଂଘତି, ମୈତ୍ରୀ, ଭାତୃତ୍ୱ ପାଇଁ ଏମାନେ ପ୍ରଧାନ ଶତ୍ରୁ। ଜେନ୍ ଜୀ ମାନଙ୍କ ଉପରେ ଅମାନବୀୟ ଅତ୍ୟାଚାର କରୁଛନ୍ତି। ଏମାନଙ୍କ ଅପରାଧ ବିରୁଦ୍ଧରେ ଯିଏ ମୁହଁ ଖୋଲିଲା ତା ବିରୁଦ୍ଧରେ ଇଡି, ସିବିଆଇ ଭଳି ସଂସ୍ଥାକୁ ପ୍ରୟୋଗ କରାଯାଉଛି। ସୁତରାଂ ଏମାନେ ସାରା ଦେଶ ପାଇଁ ରାବଣ ଭଳିଶତ୍ରୁ। ଆଜିର ପ୍ରତିକାତ୍ମକ ରାବଣ ପୋଡିରେ ଦେଶରେ ଆଜିର ଦିନରେ କିଏ ରାବଣ ଭଳି କାର୍ଯ୍ୟ କରୁଛି ତାହା ଛାତ୍ର କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି।କଂଗ୍ରେସ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ଅଗ୍ନ ସଂଯୋଗ କରାଯାଇ ଏବଂ ଆତାଷବାଜୀ ଫୁଟାଯାଇ ରାବଣ ପୋଡି ଉତ୍ସବ ପାଳନ କରାଗଲା। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ସନ୍ତୋଷ ସିଂ ସାଲୁଜା, ସ୍ପନ୍ଦନ ସ୍ୱାଇଁ, ସତ୍ୟବ୍ରତ ନାୟକ, ସଞ୍ଜୟ ତ୍ରିପାଠୀ, ପ୍ରସନ୍ନ ନାୟକ, ଜୟକୃଷ୍ଣ ସୁବୁଧି, ତୁଷାରକାନ୍ତ ତପସ୍ୱୀ, ସୁରଜରାଉତ, ସିଦ୍ଧାର୍ଥ ରାଉତରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।










