25.1 C
Bhubaneswar
Wednesday, October 21, 2026
Homeଦେଶ ବିଦେଶଦିଲ୍ଲୀ-ଏନ୍‌ସିଆର୍‌ରେ ଖରା, ରାତିରେ ଥଣ୍ଡା

ଦିଲ୍ଲୀ-ଏନ୍‌ସିଆର୍‌ରେ ଖରା, ରାତିରେ ଥଣ୍ଡା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଏନ୍‌ସିଆର୍‌ ଅଞ୍ଚଳରେ ଆସନ୍ତା ଦୁଇ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ଆକାଶ ସଫା ରହିବା ସହ ଦିନରେ ଖରା ଅନୁଭୂତ ହେବ। ହେଲେ ରାତିରେ ତାପମାତ୍ରା କମିବା ସହ ହାଲୁକା ଥଣ୍ଡା ଅନୁଭୂତ ହୋଇପାରେ। ଅକ୍ଟୋବର ୨୧, ୨୨ ଓ ୨୩ ତାରିଖରେ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍‌ ପାଖାପାଖି ରହିପାରେ। ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ପାଖାପାଖି ରହିବା ଆକଳନ କରାଯାଇଛି।ଉତ୍ତରପ୍ରଦେଶରେ ଅକ୍ଟୋବର ୨୧ ତାରିଖ ପାଇଁ ବର୍ଷାର କୌଣସି ସତର୍କ ସୂଚନା ନାହିଁ। ଆଗାମୀ କିଛି ଦିନ ପାଗ ଶୁଖିଲା ରହିବା ସହ ସକାଳ ଓ ରାତିରେ ହାଲୁକା ଥଣ୍ଡା ଅନୁଭୂତ ହେବ। ବିଶେଷକରି ପଶ୍ଚିମ ଉତ୍ତରପ୍ରଦେଶର କେତେକ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତର ଅନୁଭୂତି ବଢ଼ିପାରେ।

 ମଧ୍ୟପ୍ରଦେଶରେ ପାଗରେ ପରିବର୍ତ୍ତନ ଦେଖାଦେଇପାରେ। ଅକ୍ଟୋବର ୨୧ରେ ପୂର୍ବ ମଧ୍ୟପ୍ରଦେଶର କେତେକ ସ୍ଥାନରେ ବର୍ଷା ସହ ଝଡ଼ପବନ ଓ ବଜ୍ରପାତର ଆଶଙ୍କା ରହିଛି। ପଶ୍ଚିମ ମଧ୍ୟପ୍ରଦେଶରେ ମଧ୍ୟ ଅକ୍ଟୋବର ୨୧ରୁ ୨୩ ମଧ୍ୟରେ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବା ସମ୍ଭାବନା ରହିଛି।ବିହାରରେ ଅକ୍ଟୋବର ୨୧ ତାରିଖରେ ବର୍ଷାର ସମ୍ଭାବନା ନାହିଁ। ରାଜ୍ୟରେ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ ଧୀରେ ଧୀରେ ହ୍ରାସ ଦେଖାଦେଉଛି। ଆଗାମୀ ଦିନରେ ପାରଦ ଆହୁରି ଖସିପାରେ। ଫଳରେ ସକାଳ ଓ ରାତିରେ ଥଣ୍ଡା ଅନୁଭୂତି ବଢ଼ିବା ସମ୍ଭାବନା ରହିଛି। ମୋଟାମୋଟି ଭାବେ, ଦେଶର ଗୋଟିଏ ପଟେ ବର୍ଷା ଓ ଝଡ଼ପବନର ଆଶଙ୍କା ଥିବାବେଳେ ଅନ୍ୟପଟେ ଶୁଖିଲା ପାଗ ସହ ଶୀତର ଆଗମନ ଅନୁଭୂତ ହେଉଛି। ତେଣୁ ବର୍ଷା ଓ ବଜ୍ରପାତ ଆଶଙ୍କା ଥିବା ଅଞ୍ଚଳର ଲୋକେ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଉପରେ ନଜର ରଖିବା ଜରୁରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking