28.1 C
Bhubaneswar
Monday, October 19, 2026
Homeଦେଶ ବିଦେଶ୧୬ ବର୍ଷ ପରେ ଭାରତ ଆସୁଛନ୍ତି ପୋଲାଣ୍ଡ ପିଏମ୍

୧୬ ବର୍ଷ ପରେ ଭାରତ ଆସୁଛନ୍ତି ପୋଲାଣ୍ଡ ପିଏମ୍

ନୂଆଦିଲ୍ଲୀ: ଦୀର୍ଘ ୧୬ ବର୍ଷ ପରେ ଭାରତ ଗସ୍ତରେ ଆସୁଛନ୍ତି ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଅକ୍ଟୋବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ ଟସ୍କ । ଏହି ଗସ୍ତକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ଓ ରଣନୈତିକ ସମ୍ପର୍କ ଆହୁରି ମଜଭୁତ ହେବା ନେଇ ଆଶା କରାଯାଉଛି । ଅନ୍ୟପଟେ ଆତଙ୍କବାଦ ପ୍ରସଙ୍ଗରେ ପୋଲାଣ୍ଡ ଭାରତକୁ ଦୃଢ଼ ସମର୍ଥନ ଦେବ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛି । ଯାହା ପାକିସ୍ତାନ ପାଇଁ କୂଟନୈତିକ ଚାପ ବଢ଼ାଇପାରେ । ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ସେହି ଦେଶର ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଆନ୍ଦ୍ରେଜ ଡୋମାନସ୍କି ଏବଂ ଏକ ବଡ଼ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଭାରତ ଆସିବେ। ଅକ୍ଟୋବର ୨୨ ତାରିଖରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଡୋନାଲ୍ଡ ଟସ୍କଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ଏହି ବୈଠକରେ ଅଗଷ୍ଟ ୨୦୨୪ରେ ମୋଦୀଙ୍କ ପୋଲାଣ୍ଡ ଗସ୍ତ ପରେ ଦୁଇ ଦେଶର ରଣନୈତିକ ସହଭାଗିତାରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯିବ । ଏଥିସହ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ନୂଆ ପ୍ରଯୁକ୍ତିବିଦ୍ୟା, ଅକ୍ଷୟ ଶକ୍ତି, ଶିକ୍ଷା ଓ ସଂସ୍କୃତି ଭଳି କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ଆଲୋଚନା ହେବ। ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମଧ୍ୟ ଉଭୟ ନେତା ନିଜ ନିଜର ମତ ରଖିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking