28.1 C
Bhubaneswar
Monday, October 19, 2026
Homeଦେଶ ବିଦେଶମନ୍ଦିରର ସମ୍ପତ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

ମନ୍ଦିରର ସମ୍ପତ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ : ମନ୍ଦିରର ସମ୍ପତ୍ତି ଉପରେ କାହାର ଅଧିକାର , ଏହାର ମାଲିକ କିଏ ? ମନ୍ଦିର ସମ୍ପତ୍ତିକୁ ସରକାର ନିଜ ଇଚ୍ଛାରେ ବ୍ୟବହାର କରିପାରିବେ କି ? ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଏକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ମନ୍ଦିରକୁ ଦାନ ଆକାରରେ ମିଳିଥିବା ସମ୍ପତ୍ତିର ମାଲିକ ଦେବତା ଏବଂ ଏହାକୁ ସରକାରଙ୍କ ସମ୍ପତ୍ତି ବୋଲି ବିବେଚନା କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏଥିସହ ତାମିଲନାଡୁର ଏକ ମନ୍ଦିର ଜମିକୁ ସରକାରଙ୍କୁ ଉପହାର ଦେବା ପାଇଁ କରାଯାଇଥିବା ଦଲିଲକୁ ଅବୈଧ ଘୋଷଣା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ୍ ପି.ଏସ୍. ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ମନ୍ଦିର ସମ୍ପତ୍ତିର ମାଲିକାନା, ସଂରକ୍ଷଣ ଏବଂ ସରକାରଙ୍କ ନିୟନ୍ତ୍ରଣ ସମ୍ପର୍କରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଦିଗ ଉପରେ ଆଲୋକପାତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking