27.1 C
Bhubaneswar
Monday, October 19, 2026
Homeଓଡିଶାନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ: ଜଣେ ଅଟକ

ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ: ଜଣେ ଅଟକ

କଟକ: ରବିବାର ତଳ ବାଲିଯାତ୍ରା ପଡିଆ ନିକଟରେ ସ୍କୁଲ ଛାତ୍ର ସୁମନ୍ତ ସାହୁ ହତ୍ୟା ପଛରେ ରହିଛି ତ୍ରିକୋଣୀୟ ପ୍ରେମ। ଏହି ଘଟଣାରେ ପୋଲିସ ହାତରେ ଜଣେ ଧରାପଡିଛି। ଅଭିଯୁକ୍ତ ଜଣକ ନାଵାଳକ ହୋଇଥିଵାରୁ ତାଙ୍କୁ ଆଜି ଜୁଭେନାଇଲ ଜଷ୍ଟିସ ଵୋର୍ଡରେ ହାଜର କରାଯାଇଛି।ଡିସିପିଙ୍କ ସୂଚନା ଅନୁସାରେ ସୋସିଆଲ ମିଡିଆରେ ତ୍ରିକୋଣୀୟ ପ୍ରେମ କାରଣରୁ ଏହି ହତ୍ୟାକାଣ୍ଡ ଘଟଣା ଘଟିଛି। ରବିବାର ସକାଳ ୭ଟାରୁ ୯ ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ଡିସିପି କହିଛନ୍ତି। ପ୍ରେମ ଜନିତ କାରଣରୁ ଅଭିଯୁକ୍ତଙ୍କର ସୁମନ୍ତ ସହ ପୂର୍ବରୁ ଶତ୍ରୁତା ଥିଲା।ଘଟଣା ଘଟିବା ପରେ ସ୍ଥାନୀୟ ସିସିଟିଭି କୁ ଯାଞ୍ଚ କରିବା ପରେ ପୋଲିସକୁ ଅଭିଯୁକ୍ତ ସମ୍ପର୍କରେ ସୁରାକ ମିଳିଥିଲା। ସିସିଟିଭିରୁ ଜଣା ପଡ଼ିଛି ଯେ ଗୋଟିଏ ଗାଡି ରେ ୩ ନାବାଳକ ଆସିଥିଲେ । ଏହାପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା।ଵଚସା ପରେ ଅନ୍ୟ ଦୁଇ ନାଵାଳକ ସୁମନ୍ତକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରି ସେଠାରୁ ଫେରାର ହୋଇଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking