30.1 C
Bhubaneswar
Sunday, October 18, 2026
Homeଦେଶ ବିଦେଶକୋଲକାତା ଦଳାଚକଟାକୁ ନେଇ ତେଜିଲା ରାଜନୀତି

କୋଲକାତା ଦଳାଚକଟାକୁ ନେଇ ତେଜିଲା ରାଜନୀତି

କୋଲକାତା : କୋଲକାତା ଦୁର୍ଗାପୂଜା ମଣ୍ଡପ ଦଳାଚକଟା ଘଟଣାକୁ ନେଇ ତେଜିଛି ରାଜନୀତି। ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶାସନ ଏବଂ ପୂଜା କମିଟି ଉପରେ ପ୍ରଶ୍ନ ଉଠାଇଛନ୍ତି ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷ। ଘଟଣାରେ ମୃତକଙ୍କ ପୋଷ୍ଟମର୍ଟମ ତୁରନ୍ତ କରିବାକୁ ସେ ଦାବି କରିଛନ୍ତି।ଏହା ସହ ଦଳାଚକଟାର ପ୍ରକୃତ କାରଣ ଖୋଜିବା ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉଚିତ୍ ପଦକ୍ଷେପ ନେବାକୁ କୁନାଲ ଘୋଷ ଜୋର୍ ଦେଇଛନ୍ତି । ଘଟଣା ପରେ ଭିଡ଼ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଅନ୍ୟପଟେ, ଏହି ଦୁଃଖଦ ଘଟଣାକୁ ନେଇ ରାଜନୀତି ନକରିବାକୁ ଅପିଲ୍ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଏଭଳି ସମୟରେ ରାଜନୈତିକ ବୟାନବାଜିରୁ ଦୂରେଇ ରହିବାକୁ ସେ ବିରୋଧୀ ଦଳଗୁଡ଼ିକୁ ନିବେଦନ କରିଛନ୍ତି। ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ସଙ୍କଟର ମୁକାବିଲା କରିବା ସହ ପୀଡ଼ିତଙ୍କ ପରିବାରକୁ ସହଯୋଗ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ତେବେ ଦଳାଚକଟା ଘଟଣାର ପ୍ରକୃତ କାରଣ କ’ଣ ଏବଂ ଭିଡ଼ ନିୟନ୍ତ୍ରଣରେ କୌଣସି ଅବହେଳା ହୋଇଥିଲା କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking