28.1 C
Bhubaneswar
Saturday, October 17, 2026
Homeଦେଶ ବିଦେଶପୁଣି କମ୍ପିବ ଦିଲ୍ଲୀ, ଅଭିଜିତ୍ ଦୀପକେଙ୍କୁ ମିଳିଲା ଜାମିନ

ପୁଣି କମ୍ପିବ ଦିଲ୍ଲୀ, ଅଭିଜିତ୍ ଦୀପକେଙ୍କୁ ମିଳିଲା ଜାମିନ

 ନୂଆଦିଲ୍ଲୀ: କକରୋଚ ଜନତା ପାର୍ଟିର ସଂସ୍ଥାପକ ଅଭିଜିତ ଦୀପକେଙ୍କୁ ଜାମିନ୍ ମିଳିଛି। ଦିଲ୍ଲୀର ସ୍ପେଶାଲ୍ ଏକ୍ସିକ୍ୟୁଟିଭ୍ ମ୍ୟାଜିଷ୍ଟ୍ରେଟ୍ (SEM) କୋର୍ଟ କିଛି ସର୍ତ୍ତ ସହ ତାଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି।ଗତକାଲି ଦିଲ୍ଲୀରେ ତିରଙ୍ଗା ମାର୍ଚ୍ଚ ବାହାର କରୁଥିବା ସମୟରେ ଦିଲ୍ଲୀ ପୁଲିସ ଅଭିଜିତ ଦୀପକେଙ୍କୁ ହିରାସତରେ ନେଇଥିଲା। ନେହା ବୋରାଙ୍କୁ ଦେରରାତିରେ ମୁକ୍ତ କରାଯାଇଥିଲା, କିନ୍ତୁ ଦୀପକେଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ SEM କୋର୍ଟରେ ହାଜର କରାଯାଇଥିଲା। ସେଠାରୁ କୋର୍ଟ ତାଙ୍କ ମୁକ୍ତି ପାଇଁ ଆଦେଶ ଦେଇଥିଲେ।

ତେବେ ଦୀପକେଙ୍କୁ କିଛି ସର୍ତ୍ତ ପାଳନ କରିବାକୁ ପଡ଼ିବ। ମିଳିଥିବା ସୂଚନା ଅନୁସାରେ, ଶାନ୍ତି ଓ ଶୃଙ୍ଖଳା ଭଙ୍ଗ ନକରିବା ପାଇଁ ତାଙ୍କୁ ଏକ ‘ପିସ୍ ବଣ୍ଡ’ରେ ସହି କରିବାକୁ କୁହାଯାଇଛି। ଆଉ କେଉଁ କେଉଁ ସର୍ତ୍ତରେ ତାଙ୍କୁ ଜାମିନ୍ ମିଳିଛି, ସେନେଇ ବିସ୍ତୃତ ତଥ୍ୟ ଅପେକ୍ଷାରେ ରହିଛି।କକରୋଚ ଜନତା ପାର୍ଟିର ଆଇନଗତ କାର୍ଯ୍ୟକଳାପ ଦେଖୁଥିବା ରତ୍ନା ସିଂହ ମଧ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ରେ ପୋଷ୍ଟ କରି ଅଭିଜିତ ଦୀପକେଙ୍କ ମୁକ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, “ଅଭିଜିତ ଦୀପକେଙ୍କୁ ମୁକ୍ତ କରାଯାଇଛି। ପିସ୍ ବଣ୍ଡ ଭରିବା ପରେ ତାଙ୍କୁ ରିଲିଜ୍ କରାଯିବ।” ଏଥିରୁ ସ୍ପଷ୍ଟ ଯେ, ଦୀପକେଙ୍କୁ ନ୍ୟାୟିକ ହିରାସତକୁ ପଠାଯିବ ନାହିଁ। ୫୦ ହଜାର ଟଙ୍କାର ମୁଚଲକାରେ ତାଙ୍କୁ ମୁକ୍ତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking