28.1 C
Bhubaneswar
Saturday, October 17, 2026
Homeଦେଶ ବିଦେଶଦିଲ୍ଲୀରେ ଡିଟିସି ବସ୍‌ ଧକ୍କାରେ ଜଣେ ମୃତ, ୫ ଆହତ

ଦିଲ୍ଲୀରେ ଡିଟିସି ବସ୍‌ ଧକ୍କାରେ ଜଣେ ମୃତ, ୫ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଆନନ୍ଦ ପର୍ବତ ଅଞ୍ଚଳରେ ଶନିବାର ଏକ ଡିଟିସି ବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଲୋକ ଆହତ ହୋଇଛନ୍ତି। ଡିବିଜି ରୋଡ୍‌ରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଜଣେ ମହିଳା ବସ୍‌ ଚଳାଉଥିଲେ। ବସ୍‌ଟି ଏକ ସ୍କୁଟିକୁ ଧକ୍କା ଦେବା ପରେ ନିୟନ୍ତ୍ରଣ ହରାଇଥିଲା। ସ୍କୁଟିରେ ଥିବା ଦୁଇଜଣ ଲୋକ ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିିଥିଲେ। ଅନ୍ୟ ଚାରି ଲୋକ ମଧ୍ୟ ବସ୍‌ ଧକ୍କାରେ ଆହତ ହୋଇଥିଲେ। ଦୁର୍ଘଟଣା ଯୋଗୁ ସ୍କୁଟିଟି ବସ୍‌ ତଳେ ଫସି ଯାଇଥିଲା।

aଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ବସ୍‌ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ବସ୍‌ର କାଚ ଭାଙ୍ଗିଯାଇଥିଲା। ପୁଲିସ ପହଞ୍ଚିବା ପୂର୍ବରୁ ଏହି ଘଟଣା ଘଟିଥିଲା। ବସ୍‌ ଚାଳିକା ଦୁର୍ଘଟଣା ପରେ ଫେରାର୍‌ ହୋଇଯାଇଥିଲେ। ତାଙ୍କୁ ଠାବ କରିବାକୁ ଉଦ୍ୟମ ଚାଲିଛି। ଦୁର୍ଘଟଣାର କାରଣ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking