ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କହିଛନ୍ତି ଯେ, ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର। ଏହି ଅଧିକାର ଶିଶୁମାନଙ୍କ ପାଇଁ ମଧ୍ୟ ପ୍ରୟୋଜ୍ୟ। ସେମାନଙ୍କୁ ଇଣ୍ଟରନେଟ୍ରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ କରିବା ଠିକ୍ ନୁହେଁ। ବେଞ୍ଚ କହିଛନ୍ତି ଯେ, ଶିଶୁମାନଙ୍କ ସୁରକ୍ଷା ଏବଂ ସ୍ୱାଧୀନତା ପରସ୍ପର ବିରୋଧୀ ନୁହେଁ। ଶିଶୁମାନଙ୍କର ଉଭୟରେ ଅଧିକାର ରହିଛି।ସୋସିଆଲ୍ ମିଡିଆ ଓ ଅନ୍ୟାନ୍ୟ ଅନଲାଇନ୍ ସେବାରେ ଶିଶୁଙ୍କ ଯୌନ ଶୋଷଣ ସମ୍ପର୍କିତ ସାମଗ୍ରୀକୁ ନେଇ ଚିନ୍ତା ପ୍ରକାଶ କରୁଥିବା ଏକ ଆବେଦନରେ ରାୟ ଦେଇ କୋର୍ଟ ଏହି ମତ ଦେଇଛନ୍ତି। ଜଷ୍ଟିସ୍ ଜେ. ବି. ପାର୍ଦିୱାଲା ଏବଂ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କ ବେଞ୍ଚ ଏପରି ସାମଗ୍ରୀକୁ ଚିହ୍ନଟ କରିବା ଓ ହଟାଇବା ପାଇଁ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।










