ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ । ଏନେଇ ସୂଚନା ମିଳିଛି। ତେବେ ତାଙ୍କ ଗସ୍ତର ସଂପୂର୍ଣ୍ଣ ସୂଚୀ ଆସିନାହଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ଆଜି ଏକ ବଡ଼ ବୈଠକ ବସିବ।ଏଣେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତା ୨୮ ଓ ୨୯ରେ ରାଇରଙ୍ଗପୁର ଗସ୍ତ କରିବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ସଚିବାଳୟଙ୍କ ପକ୍ଷରୁ ଅକ୍ଟୋବର ୧୩ରେ ଉପ ସାମରିକ ସଚିବଙ୍କ ଚିଠି ଜାରି ହୋଇଛି। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁଖ୍ୟ ସଚିବ, ରାଜ୍ୟପାଳଙ୍କ ସଚିବ, ଡିଜିପି, ମୟୂରଭଞ୍ଜ ଜିଲ୍ଲାପାଳ,ଏସପି ଓ ପଶ୍ଚିମ ମେଦିନୀପୁର ଜିଲ୍ଲାପାଳ, ଏସପିଙ୍କୁ ଚିଠି ଯାଇଛି।










