27.1 C
Bhubaneswar
Friday, October 16, 2026
Homeଓଡିଶାବିଜିପୁର ଫଳ ମାର୍କେଟରେ ନିଆଁ: ଜଳିଗଲା ଏକାଧିକ ଦୋକାନ

ବିଜିପୁର ଫଳ ମାର୍କେଟରେ ନିଆଁ: ଜଳିଗଲା ଏକାଧିକ ଦୋକାନ

ବ୍ରହ୍ମପୁର: ବ୍ରହ୍ମପୁର ବିଜିପୁର ଫ୍ରୁଟ ଭେଣ୍ଡିଂ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ । ୩ଟି ଫଳ ଦୋକାନ କ୍ଷତିଗ୍ରସ୍ତ । ବ୍ରହ୍ମପୁର ସହରର ବିଜିପୁର ପୋଖରୀ ନିକଟସ୍ଥ ଫ୍ରୁଟ୍ ଭେଣ୍ଡିଂ ଜୋନ୍‌ରେ ରାତି ପ୍ରାୟ ୨ଟା ରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ଟି ଫଳ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଏହି ଅଗ୍ନିକାଣ୍ଡରେ ପ୍ରତାପ ସାହୁଙ୍କ ଫଳ ଦୋକାନ ସମେତ ମୋଟ ୩ଟି ଦୋକାନ ପ୍ରଭାବିତ ହୋଇଛି । ଗତକାଲି ରାତି ୨ଟା ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ମିଳିଥିଲା । ଖବର ପାଇ ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ରର ଦୁଇଟି ଅଗ୍ନିଶମ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା ।

ନିଆଁର ତୀବ୍ରତା ଅଧିକ ଥିବାରୁ ପରେ ଆଉ ଏକ ଅଗ୍ନିଶମ ଟିମ୍‌କୁ ଡକାଯାଇଥିଲା । ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା । ପ୍ରାଥମିକ ଅନୁମାନ ଅନୁସାରେ, ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ଏଯାବତ୍‌ ଆକଳନ କରାଯାଇନାହିଁ। ଏହି ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ବ୍ରହ୍ମପୁର ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking