କୋରାପୁଟ: ଓଡ଼ିଶାରେ ପୁଣି ଆନ୍ଧ୍ରର ଦାଦାଗିରି । କୋରାପୁଟ କୋଟିଆରେ ପଞ୍ଚାୟତ ନିର୍ବାଚନ ପାଇଁ ପୁଣି ଅଣ୍ଟା ଭିଡ଼ିଲା ଆନ୍ଧ୍ର । ପଞ୍ଚାୟତର ଛୁଙ୍କ ଦେଇ ଜାରି କଲା ପୌର ପାଳିକାର ବିଜ୍ଞପ୍ତି । ଆନ୍ଧ୍ର ପ୍ରଦେଶ ପାର୍ବତୀପୁରମ ସାଲୁର ନିର୍ବାଚନୀ ମଣ୍ଡଳୀର ସାଲୁର ବ୍ଲକରେ କୋଟିଆକୁ ୩ଟି ପଞ୍ଚାୟତ କରି ରଖାଯାଇଛି । ଦିନେ ଦୁଇ ଦିନ ଭିତରେ ପଞ୍ଚାୟତ ପାଇଁ ନୋଟିସ୍ ଜାରି କରିବେ ବୋଲି ସ୍ପଷ୍ଟ ହୋଇଛି ।ଯାହାକୁ ନେଇ ବିବାଦ ଦେଖାଦେଇଛି । ପୂର୍ବରୁ ଅନେକ ଥର କୋରାପୁଟ କୋଟିଆରେ ଆନ୍ଧ୍ର ନିଜର ଦବଦବା ଜାହିର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନାହିଁ ।










