31.1 C
Bhubaneswar
Friday, October 16, 2026
Homeଓଡିଶାମହାନଦୀକୁ ଡେଇଁଲେ ଯୁବକ: ଚାଲିଲା ଉଦ୍ଧାର ଅପରେସନ୍

ମହାନଦୀକୁ ଡେଇଁଲେ ଯୁବକ: ଚାଲିଲା ଉଦ୍ଧାର ଅପରେସନ୍

ବୌଦ୍ଧ: ବୌଦ୍ଧ କିଆକଟା ମହାନଦୀ ବ୍ରିଜ୍ ରୁ ନଦୀକୁ ଡେଇଁଲେ ଯୁବକ । ଗୁରୁତର ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଗୁରୁତର ଯୁବକ ପୁରୁଣାକଟକ ଥାନା ଖଡ଼ବନ୍ଧ ଗାଁର ଲିପୁନ୍ ବେହେରା । ଗୁରୁତର ଭାବେ ବୌଦ୍ଧ ମେଡିକାଲରେ ଭର୍ତ୍ତି । ଲିପୁନ୍ ଏବଂ ତାଙ୍କ ସମ୍ପର୍କୀୟ ଭାଇ ଜଣେ ଯୁବତୀଙ୍କ ସହ ବୌଦ୍ଧସ୍ଥିତି ଅନ୍ୟଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । ତେବେ ସମସ୍ତେ ମିଶି ମହାନଦୀ ବ୍ରିଜ୍ କୁ ଗୋଟିଏ ସ୍କୁଟି ଯୋଗେ ବୁଲିବାକୁ ଯାଇଥିଲେ। ସେଠାରେ ଯୁବକ ଯୁବତୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଯୁବକ ଲିପୁନ୍ ହଠାତ୍ ବ୍ରିଜ୍ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଲିପୁନଙ୍କୁ ଉଦ୍ଧାର କରି ବୌଦ୍ଧ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ। ସେପଟେ ଯୁବତୀଙ୍କୁ ବୌଦ୍ଧ ପୁଲିସ ଅଟକ ରଖିଛି । ବ୍ରିଜ୍ କୁ ବୁଲିବାକୁ ଆସିଥିବା ବେଳେ ହଠାତ୍ ଲିପୁନ୍ ଡେଇଁ ପଡ଼ିଥିବା ସା ଙ୍ଗରେ ଥିବା ସମ୍ପର୍କୀୟ ଭାଇ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking