27.1 C
Bhubaneswar
Thursday, October 15, 2026
Homeଓଡିଶାସମସ୍ତ ପାଇଁ ଘର ଯୋଜନାର ଲକ୍ଷ୍ୟ ଶୀଘ୍ର ପୂରଣ ହେବ- ମୁଖ୍ୟମନ୍ତ୍ରୀ

ସମସ୍ତ ପାଇଁ ଘର ଯୋଜନାର ଲକ୍ଷ୍ୟ ଶୀଘ୍ର ପୂରଣ ହେବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨,୯୧,୬୬୬ ନୂଆ ଘର ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଏହି ଯୋଜନାର କାର୍ଯ୍ୟକାଳ ମଧ୍ୟ ୨ ବର୍ଷ ବୃଦ୍ଧି ପାଇଛି। ୨୦୨୭ ପରିବର୍ତ୍ତେ ୨୦୨୯ ପର୍ଯ୍ୟନ୍ତ ଏହାର ଅବଧି ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସମସ୍ତଙ୍କ ପାଇଁ ଘର ଯୋଗାଇ ଦେବାର ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ କରାଯିବ। ସୂଚନାଯୋଗ୍ୟ ଯେ, ଏହି ଯୋଜନାର ସମୁଦାୟ ପ୍ରକଳ୍ପ ଖର୍ଚ୍ଚ ୭,୫୫୦ କୋଟି ଟଙ୍କା ପୂର୍ବ ପରି ଅପରିବର୍ତ୍ତିତ ରହିବ। ତେବେ ଏହି ପ୍ରକଳ୍ପର ୩,୫୦୦ କୋଟି ଟଙ୍କା ରିପେୟାରିଙ୍ଗ୍ କମ୍ପୋନେଣ୍ଟକୁ ନୂଆ ଘର ନିର୍ମାଣ ପାଇଁ ନିଷ୍ପତ୍ତି କରାଯାଇଛି। ଏହି ଯୋଜନାରେ ଯେଉଁ ହିତାଧିକାରୀମାନେ ୪୮, ୫୦୦ ଟଙ୍କା କିମ୍ବା ତା ଠାରୁ କମ ପାଇଥିବେ ଏବଂ ଅନ୍ୟ ଯୋଗ୍ୟ ହିତାଧିକାରୀ ଏଥିରେ ସାମିଲ ହେବେ। ଏଥିପାଇଁ ନୂଆ ହିତାଧିକାରୀ ଚିହ୍ନଟ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଶୀଘ୍ର ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଯୋଜନାରେ ପୂର୍ବ ନିର୍ଦ୍ଧାରିତ ପ୍ରୋତ୍ସାହନ ରାଶି ପରିମାଣରେ ମଧ୍ୟ ବୃଦ୍ଧି କରାଯାଇଛି। ପୂର୍ବରୁ ୪ ମାସରେ ଘର ଶେଷ କରୁଥିବା ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ମିଳୁଥିବା ବେଳେ ଏବେ ୫ ମାସରେ ଘର ଶେଷ କଲେ ୩୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ସେହିପରି ୬ ମାସରେ ଘର ଶେଷ କରୁଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ଏବେ ୭ ମାସରେ ଘର ଶେଷ କଲେ ୨୦ ହଜାର ଟଙ୍କା ମିଳିବ। ଏହାଦ୍ୱାରା ଆହୁରି ଅଧିକ ବ୍ୟକ୍ତି ଏହି ଯୋଜନାର ଲାଭ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ୫ ଲକ୍ଷ ପରିବାରଙ୍କ ପାଇଁ ଘର ନିର୍ମାଣ କରିବାର ଲକ୍ଷ୍ୟ ରହିଥିଲା। ମୁଖ୍ୟତଃ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇନଥିବେ ତଥା ଗରିବ ଓ ଅସହାୟ ଥିବେ, ସେହିମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking