31.1 C
Bhubaneswar
Thursday, October 15, 2026
Homeଦେଶ ବିଦେଶଓଡ଼ିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଲା ମୌସୁମୀ ବାୟୁ

ଓଡ଼ିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଲା ମୌସୁମୀ ବାୟୁ

ନୂଆଦିଲ୍ଲୀ: ଓଡ଼ିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ରାଜ୍ୟରୁ ମୌସୁମୀ ଫେରିବା ପରେ ଏବେ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିଛି । ଏହା ସହ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ପାଇଁ ପାଣିପାଗ ଅନୁକୂଳ ହେବାରେ ଲାଗିଛି । ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରେ ବର୍ଷା ଋତୁ ଆଣୁଥିବା ବେଳେ, ଏହାର ପ୍ରତ୍ୟାବର୍ତ୍ତନ ପରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ସକ୍ରିୟ ହୋଇଥାଏ । ବିଶେଷ କରି ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଏବଂ ଦକ୍ଷିଣ ଭାରତର ଅନ୍ୟ କେତେକ ଅଞ୍ଚଳରେ ଏହି ମୌସୁମୀ ବର୍ଷାର ପ୍ରଭାବ ଦେଖିବାକୁ ମିଳେ ।ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେବା ପରେ ଏବେ ପାଣିପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ତେବେ ରାଜ୍ୟରେ ଆଗାମୀ ଦିନରେ ବର୍ଷା ହେବ କି ନାହିଁ, ସେନେଇ ପାଣିପାଗ ବିଭାଗର ପରବର୍ତ୍ତୀ ପୂର୍ବାନୁମାନ ଉପରେ ରହିବ ନଜର । ଅନ୍ୟପଟେ, ଦକ୍ଷିଣ ଭାରତରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ ହେବା ସହ ବର୍ଷାର ପ୍ରଭାବ ବଢ଼ିବା ଆଶା କରାଯାଉଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking