ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସାଂସଦ ନିର୍ବାଚନ ପାଇଁ ମତଦାନ ଚାଲିଛି । ଅନ୍ୟପଟେ ରମାଦେବୀ ବିଶ୍ୱବିଦ୍ୟାଳୟରୁ ପୋଲିସ ବିସିଜେଡି ସଭାନେତ୍ରୀ ଇପସିତାଙ୍କୁ ଉଠାଇ ନେଇଛି। ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି । ସୂଚନାରୁ ଜଣାପଡିଛି ଯେ, ଗତକାଲି ରାତିରେ ଇପସିତା ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ଏବଂ ତା ସହ ହଷ୍ଟେଲ ଭିତରେ ଗୁଣ୍ଡାଗର୍ଦ୍ଦି କରୁଥିବା ଭଳି ଏକ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ସେହି ଅଭିଯୋଗ ଆଧାରରେ ମହିଳା ପୋଲିସ ରମାଦେବୀ ବିଶ୍ୱ ବିଦ୍ୟାଳୟରେ ପହଞ୍ଚି ଇପସିତାଙ୍କୁ ଉଠାଇ ନେଇଛନ୍ତି ।










