ସଇଁତଳା: ଗୋଳାବାରୁଦ କାରଖାନା ଟାଇପ ଟୁ ସରକାରୀ ବାସଭବନ ପଛପଟ ଅଞ୍ଚଳରୁ ଏକ ଅଚିହ୍ନା ବ୍ୟକ୍ତିର ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତଦେହ ସମ୍ପୂର୍ଣ୍ଣ ସଢ଼ି ଯାଇଥିବାରୁ ଗତ କିଛି ଦିନ ପୂର୍ବରୁ ଘଟଣା ଘଟିଥିବା ପୁଲିସ ସନ୍ଦେହ କରୁଛି। ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ଜଙ୍ଗଲଥିବାରୁ ଘଟଣାଟି ଲୋକଲୋଚନକୁ ଆସିପାରିନଥିଲା। ଗତ ମାସ ୨୯ ତାରିଖରେ ସଇଁତଳା ଥାନା ବଡ଼ମାଳ ଫାଣ୍ଡି ଅଂଞ୍ଚଳରୁ ଜଣେ ବୃଦ୍ଧ ନିଖୋଜ ଥିବା ପୁଲିସରେ ଅଭିଯୋଗ ହୋଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସାଙ୍ଗେ ତଦନ୍ତ ଜାରି ରଖିଛି।










