ଭୁବନେଶ୍ୱର: ଆଜି ଛାତ୍ର ସଂସଦ ନିର୍ବାଚନ ପ୍ରଚାରର ଶେଷ ଦିନ । ହାତରେ ଆଉ ରହିଛି କିଛି ସମୟ । ଆସନ୍ତାକାଲି ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଂ । ଏନେଇ କ୍ୟାମ୍ପସରେ ଉତ୍ସାହ ଦେଖିବାକୁ ମିଳୁଛି । ଛାତ୍ରଛାତ୍ରୀଙ୍କ କ୍ୟାମ୍ପେନିଂ ଜୋରଦାର ଚାଲିଛି । ପୂରା ଚହଳ ପଡିଛି କଲେଜ କ୍ୟାମ୍ପସ । ୩୪୮ଟି କଲେଜରେ ହେବ ନିର୍ବାଚନ । ଯେଉଁ ଦଳ ପକ୍ଷରୁ ପ୍ରାର୍ଥୀମାନେ ଛିଡା ହୋଇଛନ୍ତି ସେମାନେ ଛାତ୍ରଛାତ୍ରୀଙ୍କ ପାଖକୁ ଯାଇ ସମସ୍ୟା ପଚାରି କ୍ୟାମ୍ପନିଂ ଆରମ୍ଭ କରିଛନ୍ତି ଏବଂ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ଏହାରି ଭିତରେ ରାଜଧାନୀ କଲେଜରେ ଏକ ରୋଚକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ବିସିଜେଡି ପକ୍ଷରତ୍ପିଲାମାନଙ୍କ ପାଇଁ ସକାଳ ଜଳଖିଆ ପାଇଁ ଦହିବରା ଆଳୁଦମର ବ୍ୟବସ୍ଥା କରାଯାଇଥିବା ବେଳେ , ଏବିଭିପି ପକ୍ଷରୁ ଚାଉମିନର ବ୍ୟବସ୍ଥା କରିଛନ୍ତି । ଆସନ୍ତା ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ । ୧୬ରେ ନବ ନିର୍ବାଚିତ ଛାତ୍ରଛାତ୍ରୀଙ୍କ ଶପଥ ଗ୍ରହଣ ରହିଛି ।










