32.1 C
Bhubaneswar
Monday, October 12, 2026
Homeଓଡିଶାନିର୍ବାଚନ ବଦଳରେ ମନୋନୟନକୁ ନେଇ ବିବାଦ: ଫର୍ମ ନ ମିଳିବା ନେଇ ଛାତ୍ରୀଙ୍କ ଅଭିଯୋଗ

ନିର୍ବାଚନ ବଦଳରେ ମନୋନୟନକୁ ନେଇ ବିବାଦ: ଫର୍ମ ନ ମିଳିବା ନେଇ ଛାତ୍ରୀଙ୍କ ଅଭିଯୋଗ

କୋରାପୁଟ: ସୁନାବେଡ଼ା ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିବର୍ତ୍ତେ ମନୋନୟନ ପ୍ରକ୍ରିୟା ଆପଣାଇବାକୁ ନେଇ ବିବାଦ ଦେଖାଦେଇଛି। ନିର୍ବାଚନରେ ପ୍ରାର୍ଥୀ ହେବାକୁ ଇଚ୍ଛୁକ କେତେକ ଛାତ୍ରୀଙ୍କୁ ଫର୍ମ ଦିଆଯାଉନଥିବା ଏବଂ ସେମାନଙ୍କୁ ଧମକ ଦିଆଯାଉଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି।ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ଉଷା ରାଣୀ ଦାସ ନିର୍ବାଚନ ପରିବର୍ତ୍ତେ ମନୋନୟନ କରାଯିବ ବୋଲି କହିବା ସହ ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକାଶ କରି ଫର୍ମ ମାଗିବା ସତ୍ତ୍ୱେ ତାହା ଦିଆଯାଉନାହିଁ। ଏପରିକି ସେମାନଙ୍କର ପ୍ରାର୍ଥୀ ହେବା ପାଇଁ ଯୋଗ୍ୟତା ନାହିଁ ବୋଲି କୁହାଯାଉଥିବା ସେମାନେ ଦାବି କରିଛନ୍ତି। ଏହାସହ ଅଧ୍ୟକ୍ଷାଙ୍କ ନିଷ୍ପତ୍ତି ନ ମାନିଲେ ପରୀକ୍ଷାରେ ମାର୍କ କମାଇଦେବା ନେଇ ଧମକ ଦିଆଯାଇଥିବା ମଧ୍ୟ କେତେକ ଛାତ୍ରୀ ଅଭିଯୋଗ କରିଛନ୍ତି। ଏହାଦ୍ୱାରା ସେମାନଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ ହେଉଥିବା ସେମାନେ କହିଛନ୍ତି।ଅନ୍ୟପକ୍ଷରେ, ଅଧ୍ୟକ୍ଷା ଶ୍ରୀମତୀ ଦାସ କହିଛନ୍ତି ଯେ ଛାତ୍ରୀମାନେ ନିଜେ ନିର୍ବାଚନ ପରିବର୍ତ୍ତେ ମନୋନୟନ ପ୍ରକ୍ରିୟା ପାଇଁ ମତ ଦେଇଥିବାରୁ ସେ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି। ଜିଲ୍ଲାପାଳ ମଧ୍ୟ ମନୋନୟନ ପ୍ରକ୍ରିୟା ଆପଣାଇବାକୁ କହିଥିବା ସେ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାରେ ଉଭୟ ପକ୍ଷଙ୍କ ମତାମତ ଓ ପ୍ରକ୍ରିୟା ସମ୍ପର୍କିତ ସରକାରୀ ନିର୍ଦ୍ଦେଶର ସ୍ପଷ୍ଟତା ଆବଶ୍ୟକ ହୋଇପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking