ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟ ତଥା ବିରୋଧୀ ଦଳର ନେତାଙ୍କୁ ସାକ୍ଷାତ କରିବେନି ପ୍ରଧାନ ବିଚାରପତି । ଇଣ୍ଡି ମେଣ୍ଟର ନେତାଙ୍କୁ ଭେଟିବା ନେଇ ଆବେଦନକୁ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଅଗ୍ରାହ୍ୟ କରିଦେଇଛନ୍ତି । ଅକ୍ଟୋବର ୧୧ ତାରିଖରେ ପ୍ରଧାନ ବିଚାରପତି ଇମେଲ୍ ଜରିଆରେ ବିରୋଧୀ ଦଳର ନେତାଙ୍କୁ ନଭେଟିବା ପଛର କାରଣ ମଧ୍ୟ ଉଲ୍ଲେଖ କରିଛନ୍ତି ।ସୂ୍ତ୍ରାନୁସାରେ, ବିରୋଧୀ ଦଳ ଯେଉଁ ସବୁ ପ୍ରସ୍ତାବ ଉଠାଉଛନ୍ତି ତାହା କୋର୍ଟରେ ବିଚାରାଧିନ ରହିଛି । ତେଣୁ ସମାନ ପ୍ରସଙ୍ଗରେ ସେମାନେ ସିଜେଆଇଙ୍କୁ ଭେଟିବା ଅନୁଚିତ । ସାମ୍ବିଧାନିକ ପଦ ଅନୁସାରେ ସିଜେଆଇ ସରକାରଙ୍କ କାର୍ଯ୍ୟକଳାପର ସବୁ କ୍ଷେତ୍ରରେ ହସ୍ତକ୍ଷେପ କରିପାରିବେ ନାହିଁ । ବିରୋଧୀ ନେତା ନିଜର ମୌଳିକ ଅଧିକାରର ସୁରକ୍ଷା ପାଇଁ କୋର୍ଟ ଯାଇପାରିବେ ବୋଲି ସିଜେଆଇ ମେଲରେ ଲେଖିଛନ୍ତି ।ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସୋମବାର ବିରୋଧୀ ଦଳ‘ଇଣ୍ଡି” ମେଣ୍ଟ ଦିଲ୍ଲୀରେ ବିଶଳ ପଦଯାତ୍ରା ବାହାର କରିବ । ବିରୋଧୀ ସାଂସଦମାନେ ଜନ୍ତରମନ୍ତର ଯିବା ସମ୍ଭାବନା ମଧ୍ୟ ରହିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରବିବାର ସେସିଆର ମିଡିଆରେ ଭିଡିଓ ବାର୍ତ୍ତା ଜାରି କରି ଦେଶବାସୀଙ୍କୁ ପଦଯାତ୍ରାରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।
ରାହୁଲ କହିଛନ୍ତି, ଅମେମାନେ କୌଣସି ରାଜନୈତିକ ଦଳ, ବ୍ୟକ୍ତିବିଶେଷ, ପୁରୁଷ-ମହିଳା, ପୃଥକ୍ ରାଜ୍ୟର ନିବାସୀ, ଜାତି-ବର୍ଗ ଭାବେ ନୁହେଁ, ବରଂ ଭାରତର ନାଗରିକ ହିସାବରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରିବା । ଶନିବାର ଦିଲ୍ଲୀରେ ଦେଶର ଯୁବା ଶାନ୍ତିପୂର୍ଣ ଢଙ୍ଗରେ ରାସ୍ତାକୁ ଓହ୍ଲାଇଥିଲେ । ସେମାନଙ୍କ ହୃଦୟରେ ଘୃଣା କିମ୍ବା କ୍ରୋଧ ନ ନଥିଲା। କେବଳ ପ୍ରେମ ଥିଲା। କିନ୍ତୁ ସେମାନଙ୍କୁ ପୁଲିସ ଏବଂ ବିଜେପିର ଗୁଣ୍ଡାମାନେ ମିଶି ମାରପିଟ୍ କଲେ । ଏଭଳି ଭାରତ ଅମେ ଚାହୁଁ ନାହୁଁ। ଭାରତୀୟ ହିସାବରେ ଆମେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇ ପ୍ରଧାନ ବିଚାରପତି ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଭେଟିବା । ତାଙ୍କୁ ଦେଶ ତରଫରୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା । ଆମେ ଭୋଟ ଚୋରି ରେଳିବା, ଏସଆଇଆରକୁ ଶେଷ କରିବା, ଇଭିଏମକୁ ହଟାଇବା ଏବଂ ସିଇସି ଜ୍ଞାନେଶ କୁମରଙ୍କୁ ପଦଚ୍ୟୁତ କରିବା ଲାଗି ଦାବି ରଖିବା ବୋଲି ସେ ପ୍ରକାଶ କରିଛନ୍ତି ।










