ଦିଲ୍ଲୀରେ ସ୍ଥିତି ସ୍ୱାଭାବିକ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖିବାକୁ କହିଛନ୍ତି କୋର୍ଟ । ଆଇନଶୃଙ୍ଖଳା କିମ୍ବା ଟ୍ରାଫିକ୍ ସମସ୍ୟା ନଥିଲେ ରାସ୍ତାରେ ଲାଗିଥିବା ବ୍ୟାରିକେଡ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ଯାତାୟାତରେ ଯେପରି ଅଯଥା ବାଧା ସୃଷ୍ଟି ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ।ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଲୋକଙ୍କୁ ବେଆଇନ ଭାବେ ଅଟକ ରଖାଯାଇପାରିବ ନାହିଁ ।
ଆଇନ ଅନୁସାରେ ଇଣ୍ଟରନେଟ୍ ସେବା ମଧ୍ୟ ଚାଲୁ ରଖିବାକୁ କୋର୍ଟ କହିଛନ୍ତି । ତେବେ ଆନ୍ଦୋଳନ କରିବାର ଅଧିକାର ଥିଲେ ମଧ୍ୟ ତାହା ପୁଲିସ ଆଇନର ସୀମା ଭିତରେ ରହିବା ଆବଶ୍ୟକ ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ ।CJP ଏବଂ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ପ୍ରତିବାଦ କରୁଛନ୍ତି । SIR ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ନେଇ ଏହି ଆନ୍ଦୋଳନ ଚାଲିଛି । ଶନିବାର ପ୍ରତିବାଦ ସମୟରେ ୪୫ଟି ମେଟ୍ରୋ ଷ୍ଟେସନ ବନ୍ଦ ରହିଥିବା ନେଇ ଆବେଦନ ହୋଇଥିଲା । ତେବେ ସରକାରୀ ପକ୍ଷ କୋର୍ଟଙ୍କୁ ଜଣାଇଛନ୍ତି ଯେ ଶନିବାର ରାତି ୧୦ଟା ସୁଦ୍ଧା ସମସ୍ତ ମେଟ୍ରୋ ଷ୍ଟେସନ ଖୋଲାଯାଇଥିଲା ଏବଂ ଇଣ୍ଟରନେଟ୍ ସେବା ମଧ୍ୟ ସ୍ୱାଭାବିକ ହୋଇଥିଲା ।ବନ୍ଦ ହୋଇଥିବା ଓ ଚାଲୁ ରହିଥିବା ମେଟ୍ରୋ ଷ୍ଟେସନଗୁଡ଼ିକର ମାନଚିତ୍ର ଦାଖଲ କରିବାକୁ DMRCକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର ହେବ ।
https://studio.youtube.com/video/P-T4JJk6q2Y/edit










