32.1 C
Bhubaneswar
Saturday, October 10, 2026
Homeଦେଶ ବିଦେଶଦକ୍ଷିଣ କୋରିଆର ସୁପରମାର୍କେଟ୍‌ର ଛାତ ଭୁଶୁଡ଼ି ୩୮ ଆହତ

ଦକ୍ଷିଣ କୋରିଆର ସୁପରମାର୍କେଟ୍‌ର ଛାତ ଭୁଶୁଡ଼ି ୩୮ ଆହତ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଡାଏଗୁ ସହରରେ ଶନିବାର ଘଟିଛି ଏକ ବଡ଼ ଅଘଟଣ। ଏକ ସୁପରମାର୍କେଟ୍‌ର ଛାତର ପ୍ଲାଷ୍ଟର ଓ ସିଲିଂର କିଛି ଅଂଶ ହଠାତ୍ ଭୁଶୁଡ଼ି ପଡ଼ିବାରୁ ୩୮ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଦୁର୍ଘଟଣା ସମୟରେ କୋଠା ଭିତରେ ଅନେକ ଲୋକ ଉପସ୍ଥିତ ଥିବାବେଳେ ସମସ୍ତେ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡ଼ିଥିଲେ।ଡାଏଗୁ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ପୂର୍ବାହ୍ନ ୧୦ଟା ୧୬ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଚାରି ମହଲା ବିଶିଷ୍ଟ କୋଠାର ଦ୍ୱିତୀୟ ମହଲାରେ ବରିଷ୍ଠ ନାଗରିକଙ୍କ ପାଇଁ ରୋଷେଇ ସାମଗ୍ରୀ ବିକ୍ରି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଛାତର ସିଲିଂ ଭୁଶୁଡ଼ି ପଡ଼ିଥିଲା। ଦୁର୍ଘଟଣା ପରେ କୋଠାରୁ ୬୬ ଜଣ ବାହାରକୁ ବାହାରି ଆସିଥିଲେ। ସେମାନଙ୍କ ମଧ୍ୟରୁ ୩୮ ଜଣ ସାମାନ୍ୟ ଆହତ ହୋଇଥିବାବେଳେ ୯ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ତେବେ କୌଣସି ଆହତଙ୍କ ଅବସ୍ଥା ଗୁରୁତର ନଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବିଭାଗର ୬୦ ଜଣ କର୍ମଚାରୀ ୧୪ଟି ଜରୁରୀକାଳୀନ ଉପକରଣ ଓ ଯାନ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭଗ୍ନାବଶେଷ ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ, ସେନେଇ ତଲାସି କରାଯାଇଥିଲା। ତେବେ ତଲାସି ବେଳେ ଅନ୍ୟ କୌଣସି ଆହତ ବ୍ୟକ୍ତିଙ୍କ ସନ୍ଧାନ ମିଳିନଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking