ଭୁବନେଶ୍ୱର : ଓଡ଼ିଶାର ରାଜନୀତି, ସାହିତ୍ୟ ଓ ସାମାଜିକ ଜୀବନର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ୱ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି କଟକ ଦୟାଶ୍ରମଠାରେ ଲୋକାର୍ପିତ ହୋଇଛି । କଟକ ମହାନଗର ନିଗମ ପକ୍ଷରୁ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଲୋକାର୍ପଣ ଉତ୍ସବରେ ଜଷ୍ଟିସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରିଛନ୍ତି । କାର୍ଯ୍ୟକ୍ରମରେ ଜଷ୍ଟିସଙ୍କ ସମେତ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଜେ.ବି. ପଟ୍ଟନାୟକଙ୍କ ଦୀର୍ଘ ରାଜନୈତିକ, ସାହିତ୍ୟିକ ଓ ସାମାଜିକ ଅବଦାନକୁ ସ୍ମରଣ କରିବା ଏବଂ ଆଗାମୀ ପିଢ଼ିକୁ ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଅବଗତ କରାଇବା । ଏହି ମହାନ ପ୍ରତିମୂର୍ତ୍ତି ସ୍ଥାପନ ବହୁ ବିଳମ୍ବରେ ହୋଇଥିଲେ ହେଁ ଏହାକୁ ସମସ୍ତ ରାଜନୈତିକ ଦଳ ଓ ଜନସାଧାରଣ ସ୍ୱାଗତ କରିଛନ୍ତି ।










