31.1 C
Bhubaneswar
Saturday, October 10, 2026
Homeଦେଶ ବିଦେଶସିଜେପିର ପ୍ରତିବାଦ: ରଣକ୍ଷେତ୍ର ପାଲଟିଲା ଜନ୍ତରମନ୍ତର

ସିଜେପିର ପ୍ରତିବାଦ: ରଣକ୍ଷେତ୍ର ପାଲଟିଲା ଜନ୍ତରମନ୍ତର

ନୂଆଦିଲ୍ଲୀ: ରଣକ୍ଷେତ୍ର ପାଲଟିଲା ଜାତୀୟ ରାଜଧାନୀ ଦିଲ୍ଲୀ । ଏସଆଇଆର ପ୍ରସଙ୍ଗ ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ନେଇ ଜନ୍ତର ମନ୍ତରରେ ସକାଳୁ ସକାଳୁ ସିଜେପିର ପ୍ରତିବାଦ । ପ୍ରତିବାଦ ପୂର୍ବରୁ ଅନେକ ଦୋକାନ, ବଜାର ବନ୍ଦ ରହିବା ସହ ୪୫ ଟି ମେଟ୍ରୋ ଏବଂ ୨୫୦ରୁ ଅଧିକ ଟ୍ରେନ ବାତିଲ ରହିଛି । ଏନେଇ ଯାତ୍ରାମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବାର ଜଣାପଡିଛି । ତେବେ ଏହାକୁ ଦୃଷ୍ଟିରେ ରଖି ବିକ୍ଷୋଭ ସ୍ଥଳରେ ପୋଲିସର ଛାଉଣୀ ଦେଖାଦେଇଛି । ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ସିଜେପି ପ୍ରତିବାଦରେ ପାଖାପାଖି ୭ ହଜାରରୁ ଅଧିକ ବିକ୍ଷୋଭକାରୀ ସାମିଲ ହୋଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜନ୍ତରମନ୍ତର ର ପ୍ରବେଶ ବାଟରେ ପାଞ୍ଚଟି ବ୍ୟାରିକେଡର ବ୍ୟାବସ୍ଥା କରାଯାଇଛି । ଏଥିସହ ୧୫ଟି ଜିଲ୍ଲାର ବିଏସଏଫ ଯବାନ ଏବଂ ସିଆରପିଏଫ ଯବାନଙ୍କ ସମେତ ଅର୍ଦ୍ଧସାମରିକ ବାହିନୀଙ୍କୁ ବିକ୍ଷୋଭ ସ୍ଥାନରେ ମୁତୟନ କରାଯାଇଛି । ଏହା ସହ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କିଛି ଅଞ୍ଚଳରେ ଇଣ୍ଟରନେଟ ସେବା ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ବିଶେଷ କରି ଜନ୍ତରମନ୍ତର, ଜନପଥ, ନିର୍ବାଚନ ଆୟୋଗ ଏବଂ ପୋଲିସ ମୁଖ୍ୟାଳୟ ଅଞ୍ଚଳକୁ ଅତି ସମ୍ବେଦଶୀଳ ଘୋଷଣା କରାଯାଇ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯାଇଛି । ସୁରକ୍ଷା ଏବଂ ଭିଡ ପରିଚାଳନା ପାଇଁ ନୂଆଦିଲ୍ଲୀ ଜିଲ୍ଲାକୁ ୨୦ଟି ଜୋନରେ ବିଭକ୍ତ କରାଯାଇଛି ।ଏହାଛଡ଼ା ୩୦୦ରୁ ଅଧିକ ଅତିରିକ୍ତ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ବିନା ଅନୁମତିରେ ଆନ୍ଦୋଳନକୁ ଆସୁଥିବା ଲୋକଙ୍କୁ ଅଟକ ରଖିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ୧୨ଟି ଅଟକ କେନ୍ଦ୍ର ପ୍ରସ୍ତୁତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking