31.1 C
Bhubaneswar
Friday, October 9, 2026
Homeଓଡିଶାଡ୍ରେନ୍ ସଫା ବେଳେ ଜେସିବି ମାଡ଼ରେ ଫାଟିଲା ଗ୍ୟାସ୍ ପାଇପ୍

ଡ୍ରେନ୍ ସଫା ବେଳେ ଜେସିବି ମାଡ଼ରେ ଫାଟିଲା ଗ୍ୟାସ୍ ପାଇପ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡ୍ରେନ ସଫା ବେଳେ ଅଘଟଣ । ଜେସିବି ମାଡରେ ଫାଟିଲା ଗ୍ୟାସ ପାଇପ । ଦୀର୍ଘ ୪୦ ମିନିଟ ଧରି ଗ୍ୟାସ ଲିକ ହେବାରୁ ଆତଙ୍କିତ ହୋଇପଡିଥିଲେ ସ୍ଥାନୀୟ ବାସିନ୍ଦା । ଗତକାଲି ରାତିରେ ପ୍ରାୟ ୧୧ଟା ବେଳେ ଭୁବନେଶ୍ୱର ଶୈଳେଶ୍ରୀ ବିହାର ସାଇ ମନ୍ଦିର ଛକ ନିକଟରେ ଘଟିଛି ଏଭଳି ଅଘଟଣ । ଡ୍ରେନ ସଫା କାମ ଚାଲିଥିବା ସମୟରେ ଜେସିବି ମାଡରେ ଗ୍ୟାସ ପାଇପ ଫାଟି ଯାଇଥିବା ସୂଚନା ମିଳିଛି । ପାଇପ ଫାଟିବା ପରେ ଗ୍ୟାସ ଲିକ ହେବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଏବଂ ଚନ୍ଦ୍ରଶେଖରପୁର ଥାନା ପୋଲିସ । ଉଭୟଙ୍କ ଉପସ୍ଥିତିରେ ପରିସ୍ଥିତିକୁ ଆୟତ୍ତ କରାଯାଇଥିଲା । ତେବେ ଡ୍ରେନ ସଫା କରିବା ସମୟରେ ଏଭଳି ଅସାବଧାନତା କାହିଁକି, ତାକୁ ନେଇ ପ୍ରଶ୍ନ ଉଠିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking