ନୂଆଦିଲ୍ଲୀ: କାନାଡା କବି ତଥା ଲେଖିକା ଆନେ କାରସନ ୨୦୨୬ ବର୍ଷ ପାଇଁ ସାହିତ୍ୟରେ ନୋବଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଆନ୍ନେ କାରସନ ଜଣେ କବି ଓ ଲେଖିକା ସହ ଅନୁବାଦରେ ମଧ୍ୟ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଗ୍ରୀକ୍ ସାହିତ୍ୟ ଉପରେ ତାଙ୍କର ଅଗାଧ ଜ୍ଞାନ ରହିଛି । ୧୯୯୮ ମସିହାରେ ତାଙ୍କ ରଚିତ ଉପନ୍ୟାସ ‘ଅଟୋବାଇଓଗ୍ରାଫି ଅଫ ରେଡ୍’ ପାଇଁ ସେ ସାରା ବିଶ୍ୱରେ ପରିଚିତ ହୋଇପାରିଥିଲେ । ୧୯୫୦ରେ କାନାଡାର ଟରାଣ୍ଟୋରେ ଜନ୍ମିତ ଆନ୍ନେ ଶବ୍ଦମାନଙ୍କ ଉପରେ ଗବେଷଣାରେ ଅଧିକ ସମୟ ଅତିବାହିତ କରିଛନ୍ତି । ୧୯୮୧ ମସିହାରେ ତାଙ୍କ ଡକ୍ଟରାଲ ଥେସିସ ମଧ୍ୟ କ୍ଲାସିକ ଉପରେ ଅଧାରିତ ଥିଲା । ଗ୍ରୀକ କ୍ଲାସିକାଲ ସାହିତ୍ୟ ଉପରେ ସେ ଅନେକ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଛନ୍ତି ।










