ରାଉରକେଲା: ରାଉରକେଲାରେ ବନ୍ଦର ପ୍ରଭାବ… ରାସ୍ତାରେ ଲମ୍ବା ଜାମ୍, ଅଟକିଛି ଶହ ଶହ ଗାଡ଼ି । ହେଲେ ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ । ବନ୍ଦରେ ଫସିଥିବା ଗାଡ଼ି ଚାଳକଙ୍କୁ ଗୋଲାପ ଫୁଲ ବାଣ୍ଟିଛନ୍ତି ଆନ୍ଦୋଳନକାରୀ । ଜାତୀୟ ରାଜପଥ ୧୪୩ର ଟିସିଆଇ ନିକଟରେ ଶହ ଶହ ଟ୍ରକ୍, ବସ୍ ଓ ଚାରିଚକିଆ ଗାଡ଼ି ଅଟକି ରହିଛି । ଦୀର୍ଘ ସମୟ ଧରି ଜାମ୍ରେ ଫସିଥିବା ଲୋକଙ୍କୁ ଗୋଲାପ ଫୁଲ ଦେଇ ବନ୍ଦକୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି ବିକ୍ଷୋଭକାରୀ ।ତେବେ ଜରୁରୀକାଳୀନ ସେବାକୁ ଦିଆଯାଉଛି ଗୁରୁତ୍ୱ । ଆମ୍ବୁଲାନ୍ସ ସହ ସ୍କୁଲ ଓ କଲେଜ ଯାଉଥିବା ଗାଡ଼ିଗୁଡ଼ିକୁ ଛାଡ଼ି ଦିଆଯାଉଛି । ୧୨ ଘଣ୍ଟିଆ ବନ୍ଦ ଯୋଗୁଁ ଇସ୍ପାତ ସହର ରାଉରକେଲାରେ ଯାତାୟାତ ଉପରେ ବଡ଼ ପ୍ରଭାବ ପଡ଼ିଛି । ରାଉରକେଲାରେ ବନ୍ଦର ସ୍ଥିତି କ’ଣ ରହିଛି, ସେନେଇ ଅଧିକ ସୂଚନା ପାଇଁ ଯିବା ଆମ ପ୍ରତିନିଧି ଚିନ୍ମୟ ମିଶ୍ରଙ୍କ ପାଖକୁ ।










