32.1 C
Bhubaneswar
Thursday, October 8, 2026
Homeଓଡିଶାଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକଙ୍କ ମୃତଦେହଟି ଗଛରେ ଝୁଲୁଥିବା ବେଳେ ଦୁଇଟି ଚପଲ ଗଛ ମୂଳରେ ରଖାଯାଇଥିବା ଦେଖିବାକୁ ମିଳିଛି l ଘଟଣାସ୍ଥଳରେ ଚନ୍ଦନଭାଟି ଫାଣ୍ଡି ପୋଲିସ ଓ ସଦର ଥାନା ଅଧିକାରୀ ରାଜ କୁମାର ବିଶ୍ୱାଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚିଛି। ମୃତ ଯୁବକ ଜଣଙ୍କ ପାଟଣାଗଡ଼ ଅଞ୍ଚଳର ବୋଲି ଆଲୋଚନା ହେଉଛି। ଘଟଣା ସମ୍ପର୍କରେ ଜାଣିବା ପରେ କୁସମେଲ ସରପଞ୍ଚ କୌସ୍ତୁଭ ସାହୁ ମୃତ ଯୁବକଙ୍କ ପରିଚୟ ଖୋଜିବା ସମ୍ପର୍କରେ ଉଦ୍ୟମ କରାଯାଉଥିବା ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking