32.1 C
Bhubaneswar
Thursday, October 8, 2026
Homeଓଡିଶାପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

କଲ୍ୟାଣସିଂହପୁର: ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ବଡ଼ନାୟକଗୁଡ଼ା ଗ୍ରାମର ଦୁଇ ନାବାଳିକା ନିଲୁ କାଡ୍ରାକା (୧୨) କାମି ତିଆକା (୧୨) ଶାନ୍ତିନଗର ପୋଖରୀରେ ବୁଡ଼ି ଜୀବନ ଚାଲିଯାଇଛି। କାମି ତିଆକା ଓ ନିଲୁ କାଡ୍ରାକା ମିଶି ବଡ଼ନାୟକଗୁଡା ଗ୍ରାମ ଠାରୁ ପ୍ରାୟ ଏକ କିମି ଦୁରରେ ଥିବା ଶାନ୍ତିନଗର ନିକଟ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଏହାକୁ କିଛି ଲୋକ ଦେଖି ଗ୍ରାମକୁ ସୂଚନା ଦେଇଥିଲେ। ଉକ୍ତ ଖବର ପାଇଁ ବଡ଼ନାୟକଗୁଡ଼ା ଗ୍ରାମବାସୀ ଓ ପରିବାର ଲୋକେ ପୋଖରୀ ନିକଟରେ ପହଞ୍ଚି ଦୁଇ ନାବାଳିକାକୁ ଉଦ୍ଧାର କରି ଗ୍ରାମ ନିକଟସ୍ଥ ତେନ୍ତୁଳି ଗଛ ନିକଟରେ ରଖିଥିଲେ। ଦୁଇ ନାବାଳିକା ବଡନାୟକଗୁଡା ବିଦ୍ୟାଳୟରେ ୭ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସୂଚନା ରହିଛି। ପୁଲିସ ଏସଆଇ ହେମନ୍ତ କୁମାର ବରିଆ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking