31.1 C
Bhubaneswar
Wednesday, October 7, 2026
Homeଦେଶ ବିଦେଶଦଶକ ପୁରୁଣା ବିବାଦର ହେବ ସମାଧାନ: ବଙ୍ଗଳାର ନାଁ ବଦଳାଇବା ନେଇ ଆସିବ ବିଲ୍

ଦଶକ ପୁରୁଣା ବିବାଦର ହେବ ସମାଧାନ: ବଙ୍ଗଳାର ନାଁ ବଦଳାଇବା ନେଇ ଆସିବ ବିଲ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଅଫିସିଆଲ ନାଁକୁ ନେଇ ଜାରି ଦଶକ ପୁରୁଣା ବିବାଦର ଏବେ ହୋଇପାରେ ସମାଧାନ। କାରଣ ଏହା ଭିତରେ ରାଜ୍ୟ ବିଜେପି ଅଧ୍ୟକ୍ଷ ସମିକ ଭଟ୍ଟାଚାର୍ଯ୍ୟ ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି, ରାଜ୍ୟ ନାଁ ଆଉ ‘ଓ୍ବେଷ୍ଟ ବେଙ୍ଗଲ’ ନୁହେଁ ଏବେ ‘ପଶ୍ଚିମବଙ୍ଗ’ କରାଯିବ। ଯାହାଫଳରେ ରାଜ୍ୟର ଐତିହାସିକ ଓ ସାଂସ୍କୃତିକ ପରିଚୟନ ସବୁବେଳ ପାଇଁ ସଂରକ୍ଷିତ ରଖିହେବ। ସମିକ ଭଟ୍ଟାଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି ଯେ, ବାଂଲା, ଓ୍ବେଷ୍ଟ ବେଙ୍ଗଲ କିମ୍ବା ଅନ୍ୟ ବୈକଳ୍ପିକ ନାଁ’ର ଭ୍ରମ ଶେଷ ହୋଇଯିବ ଓ ଖୁବ୍ ଶୀଘ୍ର ଏ ସମ୍ପର୍କରେ ବିଧାନସଭାରେ ଏକ ବିଲ୍ ଆଗତ କରାଯିବ।

 ସାମ୍ବାଦିକ ସମ୍ମିଳନୀ ସମୟରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସମିକ ଭଟ୍ଟାଚାର୍ଯ୍ୟ କହିଥିଲେ, ମୋତେ ଆପଣଙ୍କୁ କେତେଥର କହିବାକୁ ପଡିବ ଭାଇ? ଏହି ରାଜ୍ୟର ନାମ ‘ପଶ୍ଚିମବଙ୍ଗ’ ହେବ। ଆପଣ ଆଉ ‘ପଶ୍ଚିମ ବଙ୍ଗଳା’, ‘ବାଂଲା’ କିମ୍ବା କେବଳ ‘ବଙ୍ଗ’ ଭଳି ନାମ ଶୁଣିବେ ନାହିଁ। ରାଜ୍ୟର ଐତିହାସିକ ପରିଚୟକୁ ସଂରକ୍ଷଣ କରିବା ପାଇଁ ଆମ ସରକାର ଆଗାମୀ ବିଧାନସଭା ଅଧିବେଶନରେ ଏକ ବିଲ୍ ଆଗତ କରିବାକୁ ଯାଉଛି।’ସେ କହିଥିଲେ ଯେ ୧୯୪୭ ମସିହାରେ ବଙ୍ଗ ବିଭାଜନ ସମୟରେ ବଙ୍ଗର ଏକ ଅଂଶ ଅଲଗା ହୋଇ ବାଂଲାଦେଶ ହୋଇଗଲା। ଭାରତ ସହିତ ରହିଥିବା ଅଂଶକୁ ‘ପଶ୍ଚିମ ବଙ୍ଗ’ ଭାବରେ ଚିହ୍ନଟ କରାଯାଇଛି, ତେଣୁ ନାମରେ ‘ପଶ୍ଚିମ’ ଶବ୍ଦ ରହିବା ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking