31.1 C
Bhubaneswar
Wednesday, October 7, 2026
Homeଦେଶ ବିଦେଶପାଣି ଟାଙ୍କି ସଫା କରୁଥିବାବେଳେ ୪ ଛାତ୍ରଙ୍କ ମୃତ୍ୟୁ

ପାଣି ଟାଙ୍କି ସଫା କରୁଥିବାବେଳେ ୪ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ  ଉତ୍ତର ପ୍ରଦେଶର ବୃନ୍ଦାବନରୁ ଆସିଛି ଅତ୍ୟନ୍ତ ହୃଦୟବିଦାରକ ଘଟଣା । ଚେତନ ବିହାର ସ୍ଥିତ ‘ପାଣିନିମ୍ ସଂସ୍କୃତ ଗୁରୁକୁଳ’ରେ ଏକ ଅଣ୍ଡରଗ୍ରାଉଣ୍ଡ ପାଣି ଟାଙ୍କି ସଫା କରିବା ସମୟରେ ବିଷାକ୍ତ ଗ୍ୟାସ୍ କାରଣରୁ ଚାରିଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଗୁରୁକୁଳ ପରିସରରେ ପାଣି ସଂରକ୍ଷଣ ପାଇଁ ପ୍ରାୟ ୧୨ ଫୁଟ ଗଭୀର ଏକ ଭୂତଳ ଟାଙ୍କି ରହିଥିଲା। ଯାହା ଦୀର୍ଘ ଦିନ ହେବ ସଫା କରାଯାଇ ନଥିଲା। ମଙ୍ଗଳବାର ସନ୍ଧ୍ୟାରେ ଟାଙ୍କିରୁ ଦୁର୍ଗନ୍ଧ ବାହାରୁଥିବାରୁ ଗୁରୁକୁଳ ପ୍ରଶାସକ କିଛି ଛାତ୍ରଙ୍କୁ ଏହାକୁ ସଫା କରିବାକୁ କହିଥିଲେ।

ପ୍ରଥମେ ବାଲ୍ଟି ସାହାଯ୍ୟରେ କିଛି ପାଣି ବାହାର କରାଯାଇଥିଲା। ଏହାପରେ ଜଣେ ଛାତ୍ର ଟାଙ୍କି ଭିତରକୁ ଓହ୍ଲାଇଥିଲେ, କିନ୍ତୁ ଭିତରେ ଜମି ରହିଥିବା ବିଷାକ୍ତ ଗ୍ୟାସ୍ ଯୋଗୁଁ ସେ ସଙ୍ଗେ ସଙ୍ଗେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଗୋଟିଏ ପରେ ଗୋଟିଏ ଅନ୍ୟ ଛାତ୍ରମାନେ ଭିତରକୁ ଯାଇଥିଲେ ଏବଂ ଦୁର୍ଭାଗ୍ୟବଶତଃ ସେମାନେ ମଧ୍ୟ ସେହିପରି ଅଚେତ ହୋଇପଡ଼ିଥିଲେ।

ପଡ଼ୋଶୀମାନେ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଅଚେତ ଛାତ୍ରମାନଙ୍କୁ ଟାଙ୍କିରୁ ବାହାର କରି ଡାକ୍ତରଖାନାକୁ ପଠାଇଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଘଟଣା ଖବର ପାଇବା ମାତ୍ରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ବରିଷ୍ଠ ପୋଲିସ୍ ଅଧୀକ୍ଷକ ସମେତ ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଗୁରୁତର ତଦନ୍ତ ଆରମ୍ଭ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking