34.1 C
Bhubaneswar
Wednesday, October 7, 2026
Homeଓଡିଶାବିଜେଡିର ୟୁ ଟର୍ଣ୍ଣ: ବନ୍ଦ ସମର୍ଥନକୁ ନା

ବିଜେଡିର ୟୁ ଟର୍ଣ୍ଣ: ବନ୍ଦ ସମର୍ଥନକୁ ନା

ଭୁବନେଶ୍ୱର: ବିଜେଡିର ୟୁ ଟର୍ଣ୍ଣ । ଆସନ୍ତାକାଲି ଇଣ୍ଡି ବ୍ଲକ ପକ୍ଷରୁ କରାଯାଉଥିବା ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରାକୁ ବିଜେଡି ସମର୍ଥନ ଦେବ ବୋଲି କିଛି ସମୟ ପୂର୍ବରୁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗଣମାଧ୍ୟମରେ ସୂଚନା ଦେଇଥିଲେ । କିନ୍ତୁ ଅଧ ଘଣ୍ଟା ଯାଇନାହିଁ , ସାଙ୍ଗେ ସାଙ୍ଗେ ପ୍ରମିଳା ମଲ୍ଲିକ କହିଲେ ଯେ, ଆମେ ବନ୍ଦ ଡାକରାକୁ ସମର୍ଥନ କରୁନାହୁଁ, । ଆହୁରି କହିଲେ ଯେ, ଯିଏ ବନ୍ଦ ଡାକରା ଦେଇଛନ୍ତି ସେ କଣ ଆମକୁ ପଚାରିଥିଲେ । ଆମେ ସମଦୂରତା ନୀତି ପାଳନ କରୁଛୁ । ଆମେ କେବଳ ଏସଆଇଆର ଓ ଜ୍ଞାନେଶ କୁମାରଙ୍କ ପ୍ରସଙ୍ଗରେ ସମର୍ଥନ କରିଛୁ । ତେବେ ବଡ କଥା ହେଉଛି, ବିଜେଡିର ପ୍ରଥମେ ସମର୍ଥନକୁ ହଁ, ତାପରେ ନାଁ । ଏହା ପଛରେ କଣ ରହିଛି ରହସ୍ୟ । ବିଜେଡିର ଏହି ମତ ସାଙ୍ଗେ ସାଙ୍ଗେ ବଦଳିଯିବା କଣ ହୋଇଥାଏ କାରଣ ତାହା ଏବେ ବଡ ପ୍ରଶ୍ନ । କାହା ଚାପରେ ବିଜେଡିର ନିଷ୍ପତ୍ତି ପଲଟିଗଲା ତାହା ଉପରେ ଜାଣିବା ସମସ୍ତଙ୍କ ନଜର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking