31.1 C
Bhubaneswar
Wednesday, October 7, 2026
Homeଦେଶ ବିଦେଶ୨୫ ବେସିସ ପଏଣ୍ଟ ବୃଦ୍ଧି ପାଇଲା ରେପୋ ରେଟ

୨୫ ବେସିସ ପଏଣ୍ଟ ବୃଦ୍ଧି ପାଇଲା ରେପୋ ରେଟ

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରେ ଆରମ୍ଭ ହୋଇଥିବା ମୁଦ୍ରାନୀତି ବୈଠକ ପରେ ଆରବିଆଇ କମିଟି ସୁଧ ହାର ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ସୁଧ ହାରରେ ୨୫ ବେସିସ ପଏଣ୍ଟ ବୃଦ୍ଧି ପାଇଛି।  ଏବେ ଏହି ହାର ୫.୨୫ରୁ ୫.୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଯାହା ତିନି ବର୍ଷ ମଧ୍ୟରେ ପ୍ରଥମ ବୃଦ୍ଧି।  ରେପୋ ରେଟ ବୃଦ୍ଧି ପାଇବା ପରେ ନୂଆ କରି ଲୋନ ନେବା ମହଙ୍ଗା ହୋଇଯିବ । ଗୃହ ଲୋନ, କାର ଏବଂ ଅନ୍ୟାନ୍ୟ ଋଣ ପାଇଁ ଇଏମଆଇ ବୃଦ୍ଧି ପାଇବ । ମାଲହୋତ୍ରା ଆହୁରି କହିଛନ୍ତି, ବାହାର ଚ୍ୟାଲେଞ୍ଜ ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ବିପଦକୁ ଦୃଷ୍ଟିରେ ରଖି, ନିକଟ ଭବିଷ୍ୟତରେ ହାର ହ୍ରାସର କୌଣସି ସମ୍ଭବାନା ନାହିଁ । ସୁଧ ହାର ନିର୍ଦ୍ଧାରଣ କମିଟି ସ୍ଥୁଳ ଅର୍ଥନୈତିକ ପରିସ୍ଥିତି କିପରି ବିକଶିତ ହୁଏ ତାହା ଉପରେ ନିର୍ଭର କରି ହାର ସ୍ଥିର ରଖିବ କିମ୍ବା ବୃଦ୍ଧି କରାଯିବ ତାହା ଉପରେ ନିଷ୍ପତ୍ତି ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking