33.1 C
Bhubaneswar
Tuesday, October 6, 2026
Homeଓଡିଶାସୁନାବେଡ଼ାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ:  କୋରାପୁଟ ସୁନାବେଡ଼ାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପହଞ୍ଚିଛନ୍ତି। ନୂଆଦିଲ୍ଲୀରୁ ବିଶାଖାପାଟଣା ଏଵଂ ବିଶାଖାପାଟଣାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସିଧାସଳଖ ସୁନାବେଡ଼ାର ଟିଟିଏସ ହେଲିପ୍ୟାଡରେ ପହଞ୍ଚିଛନ୍ତି ରାଜନାଥ ସିଂ। ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍‌ର କୋରାପୁଟ ଡିଭିଜନ୍ ଠାରେ ୨ହଜାର ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର ସମାରୋହରେ ଯୋଗ ଦେଇଛନ୍ତି।

HAL କୋରାପୁଟ ଦୀର୍ଘ ୬ ଦଶନ୍ଧି ଧରି ଭାରତର ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇ ଆସୁଛି। ଏହି ପ୍ରତିଷ୍ଠାନ ସେନାବାହିନୀର ପରିଚାଳନାଗତ ପ୍ରସ୍ତୁତିରେ ମଧ୍ୟ ସହାୟକ ହେଉଛି। ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଜିର ଏହି କାର୍ଯ୍ୟକ୍ରମ ସୁନାବେଡ଼ା ହାଲ୍‌ର ଯାତ୍ରାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଅବସରରେ ୨୧୮ କୋଟି ଟଙ୍କାର ନିବେଶ ସହିତ ଶକ୍ତି ଇଞ୍ଜିନର ଦ୍ବିତୀୟ ନିର୍ମାଣ ଲାଇନର ଶୁଭାରମ୍ଭ କରାଯିବ। ଭାରତକୁ ଏକ ପ୍ରତିରକ୍ଷା ଉପକରଣ ଆମଦାନିକାରୀରୁ ବିଭିନ୍ନ ପ୍ରତିରକ୍ଷା ପ୍ରଣାଳୀର ଡିଜାଇନର, ଡେଭଲପର ଏବଂ ଉତ୍ପାଦନକାରୀ ଭାବେ ବିକଶିତ କରିବା ଲାଗି କେନ୍ଦ୍ର ସରକାର ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking