34.1 C
Bhubaneswar
Tuesday, October 6, 2026
Homeଦେଶ ବିଦେଶନାଇଜେରିଆରେ ବିମାନ ଦୁର୍ଘଟଣା: ୩୨ ଜଣଙ୍କ ମୃତ୍ୟୁ

ନାଇଜେରିଆରେ ବିମାନ ଦୁର୍ଘଟଣା: ୩୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ନାଇଜେରିଆରୁ ଆସିଛି ଏକ ବଡ଼ ଦୁଃଖଦ ଖବର । ଭୟଙ୍କର ବିମାନ ଦୁର୍ଘଟଣାରେ ଚାଲିଗଲା ୩୨ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ରହିଛନ୍ତି ୭ ଜଣ ବିମାନ କର୍ମଚାରୀ ଏବଂ ୨୫ ଜଣ ଯାତ୍ରୀ । ସୂଚନା ଅନୁସାରେ, ନାଇଜେରିଆର ବେନିନ୍ ସିଟିରୁ ଲାଗୋସ ଅଭିମୁଖେ ଉଡ଼ାଣ ଭରିଥିଲା ନାଇଜେରୀୟ ବାୟୁସେନାର ଏକ ATR-42 ବିମାନ । ସୋମବାର ସକାଳ ପ୍ରାୟ ୯ଟା ସମୟରେ ହଠାତ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।ଏହାପରେ ବିମାନର ସନ୍ଧାନ ଆରମ୍ଭ କରିଥିଲେ ଉଦ୍ଧାରକାରୀ ଦଳ । ଶେଷରେ ଇଗବୋକୋଡା ଉପକୂଳବର୍ତ୍ତୀ ସହର ନିକଟରେ ବିମାନର ଭଗ୍ନାବଶେଷ ଠାବ କରାଯାଇଥିଲା । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ନଦୀ ନିକଟରେ ବିମାନଟି ଖସିପଡ଼ିଥିଲା । ବିମାନର କିଛି ଅଂଶ ପାଣି ଭିତରେ ବୁଡ଼ି ରହିଥିବା ମଧ୍ୟ ଜଣାପଡ଼ିଛି ।  ଦୁର୍ଘଟଣା ପୂର୍ବରୁ ଏକ ପ୍ରଚଣ୍ଡ ଶବ୍ଦ ଶୁଣିଥିବା କହିଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଅତ୍ୟନ୍ତ ଭୟଙ୍କର ଦୃଶ୍ୟ ଦେଖିଥିଲେ । ଘଟଣାସ୍ଥଳରେ ମୃତଦେହର ଅଂଶ, ପୋଷାକ ଏବଂ ଜୋତା ଆଦି ବିକ୍ଷିପ୍ତ ହୋଇ ପଡ଼ିଥିବା ସୂଚନା ମିଳିଛି ।

ଏହି ଭୟାବହ ଦୁର୍ଘଟଣା ପରେ ନାଇଜେରିଆର ରାଷ୍ଟ୍ରପତି ବୋଲା ଟିନୁବୁ ଶୋକ ପ୍ରକାଶ କରିଛନ୍ତି । ବିମାନରେ ଥିବା କେହି ବି ଜୀବିତ ନଥିବା ସେ ନିଶ୍ଚିତ କରିବା ସହ, ଦୁର୍ଘଟଣାର ପ୍ରକୃତ କାରଣ ତୁରନ୍ତ ଖୋଜି ବାହାର କରିବାକୁ ନାଇଜେରୀୟ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଘଟଣାସ୍ଥଳରେ ବାୟୁସେନା ଏବଂ ଉଦ୍ଧାରକାରୀ ଦଳ ପକ୍ଷରୁ ତଦନ୍ତ ଓ ଖୋଜାଖୋଜି ଜାରି ରହିଛି । ତେବେ ବିମାନଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା, ଏହାର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking