ବଲାଙ୍ଗୀର: ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା । ୨ ଜଣଙ୍କର ଜୀବନ ଚାଲିଗଲା । ବଲାଙ୍ଗିର-ସମ୍ବଲପୁର ରାସ୍ତାର ଛୁଇଁବନ୍ଧ ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକକୁ ମେଣ୍ଢା ବୋଝେଇ ଏକ ପିକ୍ଅପ୍ ଭ୍ୟାନ୍ ପଛପଟୁ ଧକ୍କା ଦେଇଛି । ଦୁର୍ଘଟଣାରେ ପିକ୍ଅପ୍ ଭ୍ୟାନ୍ରେ ଥିବା ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ମୃତଦେହଗୁଡ଼ିକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି ।










